Friday, June 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହାଇକୋର୍ଟଙ୍କୁ ଅଞ୍ଚନାଙ୍କ ଚିଠି

by ସଞ୍ଜୟ ସ୍ୱାଇଁ
May 1, 2021
in Crime, State
ହାଇକୋର୍ଟଙ୍କୁ ଅଞ୍ଚନାଙ୍କ ଚିଠି
280
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ବହୁ ଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାର ପୀଡିତା ଅଞ୍ଜନା ମିଶ୍ର ଆଜି ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ଏକ ଚିଠି ଲେଖିଛନ୍ତି । “ମୋର ଆର୍ଥିକ ସ୍ଥିତି ଭଲ ନାହିଁ । ହାଇକୋର୍ଟ ମୋ ପାଇଁ ଓକିଲ ନିଯୁକ୍ତ କରନ୍ତୁ । ମୋତେ ନ୍ୟାୟ ମିଳୁ ।” ଦୀର୍ଘ ୨୨ ବର୍ଷ ହେଲା ନ୍ୟାୟ ଅପେକ୍ଷାରେ ଥିବା ଅଞ୍ଜନା ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି । ଦୀର୍ଘ ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଛି । ତାକୁ ପଚରାଉଚରା କିରବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦିଅନ୍ତୁ ହାଇକୋର୍ଟ । ଏହା ଦ୍ୱାରା ଷଡଯନ୍ତ୍ରର ଗୁମର ଖୋଲିବ ବୋଲି ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଅଞ୍ଜନା ମିଶ୍ର । ଏଥିସହ ଗଣଦୁଷ୍କର୍ମ ଷଡ଼ଯନ୍ତ୍ରର ଅଧିକ ତଦନ୍ତ କରି ଏହି ଷଡଯନ୍ତ୍ର ପଛରେ କିଏ ଥିଲା, ତାର ପର୍ଦ୍ଦାଫାସ କରିବାକୁ ଚିଠିରେ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ, ୧୯୯୯ ମସିହା ଜାନୁଆରୀ ୯ ତାରିଖର ରାତିରେ କଟକ-ବାରଙ୍କ ଥାନା ଅଞ୍ଚଳରେ ଘଟିଥିଲା ଜଘନ୍ୟକାଣ୍ଡ । ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଶିକାର ହୋଇଥିବା ବେଳେ ଏଥିରେ ସଂପୃକ୍ତ ଥିଲେ ତିନି ଅଭିଯୁକ୍ତ । ବିବନ ବିଶ୍ୱାଳ, ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି । ଘଟଣାର ୧୭ଦିନ ପରେ ଗିରଫ ହୋଇଥିଲେ ପ୍ରଦୀପ ଓ ଧିରେନ୍ଦ୍ର । ହେଲେ ମୁଖ୍ୟ ଅଭିଯୁକ୍ତ ବିବନ କିନ୍ତୁ ହୋଇଯାଇଥିଲା ଫେରାର । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ନେଇଥିଲା ତଦନ୍ତ ଭାର ଦେଇଥିଲେ । ମେ ୫,୧୯୯୯ରେ ସିବିଆଇ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା । ୨୯ ଏପ୍ରିଲ, ୨୦୦୨ ରେ ଖୋର୍ଦ୍ଧା ଜିଲ୍ଲା ଜଜ୍ ରାୟ ଶୁଣାଇ ୨ ଦୋଷୀ ପ୍ରଦୀପ ଓ ଧିରେନ୍ଦ୍ରଙ୍କୁ ଆଜୀବନ ଜେଲ ଦଣ୍ଡ ଦେଇଥିଲେ । ଏହାପରେ ବିବନକୁ ଧରିବା ପାଇଁ ଚେଷ୍ଟା ଚାଲିଥିଲା । ଏହି ଘଟଣାର ୨୨ ବର୍ଷରେ ବିବନକୁ ଧରିବାରେ ପୋଲିସ ସଫଳ ହୋଇଥିଲା । ସେ ପୁନେରେ ନିଜର ନାଁ ବଦଳାଇ ବିବନ ରହୁଥିବା ବେଳେ ତାକୁ ଧରିବା ପାଇଁ ଟ୍ୱିନ ସିଟି କମିଶନର, କଟକ ଡିସିପିଙ୍କୁ ନେଇ ୪ ଜଣିଆ ଟିମ ଗଠନ ହୋଇଥିଲା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!