ନୟାଗଡ଼, (ବାଘୁଆବାର୍ତ୍ତା): ଅଗ୍ନିବିପନ୍ନ ପରିବାରକୁ ଭେଟି ସାହାର୍ଯ୍ୟର ହାତ ବଢାଇଲେ ନୟାଗଡ଼ ସଦର ବ୍ଲକ୍ ଧବଳେଇ ଗ୍ରାମର ଯୁବକ । ଧବଳେଇ ଗ୍ରାମର ଯୁବକ ସୁଶାନ୍ତ ସାନବଡ଼, ବଜେନ୍ଦ୍ର ବେହେରା ଓ ସୀତାକାନ୍ତ ବେହେରା ମିଳିତ ସହଯୋଗରେ ଗ୍ରାମର ସଭାପତି ମହେଶ୍ୱର ବେହେରା ଓ ସଂପାଦକ ଯୋଗୀ ବେହେରାଙ୍କ ଜରିଆରେ ସହାତୟା ପ୍ରଦାନ କରାଯାଇଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ବାଣ୍ଠପୁର ପଞ୍ଚାୟତ ଅଧିନରେ ଥିବା ପୋଡ଼ାସାହି ଗାଁର ନୁଆସାହିରେ ଭୟାନକ ଅଗ୍ନକାଣ୍ଡ ଘଟିଥିଲା । ଯେଉଁଥିରେ କି ଗ୍ରାମର ୨୨ବଖରା ଘର ପୋଡ଼ି ପାଉଁସ ହୋଇଥିଲା । ଯାହାକି ଉକ୍ତ ଗ୍ରାମବାସୀ ଚଳିବା ଅସମ୍ଭବ ହୋଇ ପଡିଥିଲା । ଏହା ଜାଣିବାରେ ଧବଳେଇ ଗ୍ରାମର ଯୁବକମାନେ ଚାଉଳ, ପନିପରିବା, ଡାଲି ଓ ପୋଷାକ ପତ୍ର ଯୋଗାଇ ଦିଆଯାଇଛି ।





