Friday, June 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରକାରୀ ଖାତାରୁ ୫ କୋଟି ଗାଏବ, କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଲେ ସିଡିଏମ

by ସଞ୍ଜୟ ସ୍ୱାଇଁ
April 30, 2021
in State
ସରକାରୀ ଖାତାରୁ ୫ କୋଟି ଗାଏବ, କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଲେ ସିଡିଏମ
374
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ସରକାରୀ ଖାତାରୁ ଟଙ୍କା ଗାଏବ । ହଜାରେ କି ଦୁଇ ହଜାର ନୁହେଁ ୫ କୋଟିରୁ ଉଦ୍ଧ୍ୱର୍ ଟଙ୍କା । ବିଭାଗୀୟ ମୁଖ୍ୟଙ୍କ ଅଜାଣତରେ ଏତେ ଟଙ୍କା ଗାୟବ ହୋଇଥିବା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସୁବର୍ଣ୍ଣପୁର ସ୍ୱାସ୍ଥ୍ୟ ବିଭାଗର ଏନଏଚଏମ ବିଭାଗର ଆକାଉଣ୍ଟାଟଣ୍ଟ ବ୍ୟାଙ୍କରୁ ଯାଇ ମାସିକିଆ ଆକାଉଣ୍ଟ ଷ୍ଟେଟମେଣ୍ଟ ମାଗିଥିବାବେଳେ ୫ କୋଟିରୁ ଉଦ୍ଧ୍ୱର୍ ଟଙ୍କା ନଥିବା ଜଣା ପଡ଼ିଥିଲା । ରାଉରକେଲାର କୌଣସି ଏକ ଆକାଉଣ୍ଟକୁ ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣା ପଡ଼ିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାମଲା ଦାୟର କରିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଜାଣତରେ ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ସରକାରୀ ଆକାଉଣ୍ଟରୁ ଗାୟବ ହୋଇଥିବା ବେଳେ ଏନେଇ ଜିଲ୍ଲା ସିଡିଏମପିଏଚ ଓ କ୍ରାଇମ ବ୍ରାଞ୍ଚ କଟକ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି । ଗତକାଲି ଏନଏଚଏମ ବିଭାଗର ଆକାଉଣ୍ଟାଟ ଭାରତୀୟ ଷ୍ଟେଟ ବ୍ୟାଙ୍କ ସୁବର୍ଣ୍ଣପୁର ଶାଖାରୁ ଯାଇ ମାସିକିଆ ଆକାଉଣ୍ଟାଟ ଷ୍ଟେଟମେଣ୍ଟମାଗିଥିବାବେଳେ ୫ କୋଟିରୁ ଉର୍ଦ୍ଧ ଟଙ୍କା ନଥିବା ଜଣା ପଡିଥିଲା । ଏନେଇ ବିଭାଗୀୟ ମୁଖ୍ୟଙ୍କୁ କହିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତନାଘନା କରାଯାଇଥିଲା । ପରେ ଜଣା ପଡିଛି ଯେ କୌଣସି ଏକ ଆକାଉଣ୍ଟାଟକୁ ୫ କୋଟି ୧ ଲକ୍ଷ ୫୦ହଜାର ଟଙ୍କା ଟ୍ରାନ୍ସଫର ହୋଇଛି । ତେବେ ଟଙ୍କା ରାଉରକେଲାର ଏକ ଆକାଉଣ୍ଟକୁ ଯାଇଥିବା ସିଡିଏମପିଏଚଓ ସୁଚନା ଦେଇଛନ୍ତି । ଏହି ଟଙ୍କା ଗାୟବ ହୋଇଥିବା ଜଣା ପଡିଲା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଟକ କ୍ରାଇମବ୍ରାଞ୍ଚ ଓ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ସେହିପରି ନିଜ ବିଭାଗରେ ମଧ୍ୟ ତନାଘନା ଜାରି ରହିଥିବା ଜଣା ପଡିଛି । ଅପରପକ୍ଷେ ଘଟଣାର ସିଡିଏମପିଏଚଓଙ୍କ ଲିଖିତ ଅଭିଯୋଗକୁ ନେଇ ତଦନ୍ତ ଜାରି ରହିଛଇ ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣା ପଡିବ ବୋଲି ସୁଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ଆଶ୍ଚର୍ଯ୍ୟ କଥା ଏତେ ବଡ ରକମର ଟଙ୍କା କିଭଳି ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର ହେଲା ଏବଂ ଏହା ବିଭାଗୀୟ ଅଧିକାରୀ କିଭଳି ଜାଣି ପାରିଲେ ନାହିଁ ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!