ନୟାଗଡ଼, (ବାଘୁଆବାର୍ତ୍ତା): ଅସହ୍ୟ ତାତି ଥମୁନଥିବା ବେଳେ ଭୟାବହ ଅଗ୍ନିକାଣ୍ଡ ଘଟି ୬ବଖରା ଘର ଭସ୍ମିଭୂତ ହୋଇଯାଇଛି । ଲକ୍ଷ ଲକ୍ଷ ଟଙ୍କାର ଧନ ସଂପତ୍ତି ନଷ୍ଟ ହୋଇଯାଇଛି । ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଛି ଚାନ୍ଦବାଲି ବ୍ଲକ୍ ପତିସାହି ଗ୍ରାମରେ । ସୂଚନାନୁସାରେ, ଚାନ୍ଦବାଲି ବ୍ଲକ ଭାଟପଡା ପଞ୍ଚାତୟ ଅଧିନରେ ଥିବା ପତିସାହି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ଦମକଳ ବାହିନୀ ଘଟଣାସ୍ତଳରେ ପହଞ୍ôଚ ଲାଗିଥିବା ନିଆଁକୁ ଆୟତ କରିଥିଲା । ଅଗ୍ନିକାଣ୍ଡରେ ସୁମନ୍ତ ପତି ଓ ସନ୍ତୋଷ ପତିଙ୍କ ୬ବଖରା ଘର ଜଳି ଭସ୍ମିଭୂତ ହୋଇଯାଇଛି । ଯାହାଫଳରେ ଉଭୟ ପରିବାର ଲକ୍ଷାଧିକ ଟଙ୍କାର ଧନ ସଂପତ୍ତି ନଷ୍ଟ ହୋଇଥିବା ବେଳେ ଗୁରୁତ୍ୱପୁର୍ଣ୍ଣ କାଗଜ ପତ୍ର ପୋଡି ପାଉଁଶ ହୋଇଯାଇଛି ।






