ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): କରୋନା ସଙ୍କଟ ସହ ସଂଘର୍ଷ କରୁଥିବା ମହାରାଷ୍ଟ୍ରରେ ଜାରି ରହିଛି ଲକଡାଉନ । କରୋନା ସଂକ୍ରମଣ ଚେନ ଭାଙ୍ଗିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି । ଏହି ସମୟରେ ପୁଣେର ଏକ ଫାର୍ମ ହାଉସ ରେ ଲକ ଡାଉନ ନିୟମକୁ ଖୁଲମଖୁଲା ଉଲଂଘନ କରାଯାଉଥିଲା । ପାର୍ଟି ବାହାନାରେ ବେଶ୍ୟାବୃତ୍ତି ଭଳି କାମ ଚାଲିଥିଲା । ପଡୋଶୀଙ୍କ ଅଭିଯୋଗ ପରେ ଯେତେବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ସେତେବେଳେ ପୂରା ଘଟଣା ସାମ୍ନାକୁ ଆସିଥିଲା । ସୂଚନାନୁସାରେ, ସମୀର ଓରଫ ନୀତେଶ ଦିଲ୍ଲୀପ ପାୟଗୁଡେ ନାମକ ଜଣେ ବ୍ୟକ୍ତି ଲକ ଡାଉନ ଟଙ୍କା ରୋଜଗାର କରିବା ପାଇଁ ଫାର୍ମ ହାଉସ ରେ ଡ୍ୟାନ୍ସ ବାର ଏବଂ ଦେହ ବ୍ୟବସାୟୀ ଆରମ୍ଭ କରିଥିଲେ । ପୁଣେ ସ୍ଥିତ ତାଙ୍କ ଫାର୍ମ ହାଉସ କୁ ଫୋନ କରି ୬ ଜଣ ଯୁବତୀଙ୍କୁ ଡକାଯାଇଥିଲା । ଏହାପରେ କିଛି ବ୍ୟକ୍ତିଙ୍କୁ ମଧ୍ୟ ଏଠାକୁ ଅୟସ କରିବା ପାଇଁ ଡକାଯାଇଥିଲା । ଫାର୍ମହାଉସରେ ମଦ୍ୟପାନ ସହ ନାଚ ଗୀତର ମଧ୍ୟ ବନ୍ଦୋବସ୍ତ କରାଯାଇଥିଲା । ଅଭିଯୁକ୍ତ ଏହି ପାର୍ଟିକୁ ଆସୁଥିବା ଲୋକଙ୍କ ପାଇଁ ବିଦେଶୀ ମଦର ବ୍ୟବସ୍ଥା କରିଥିଲେ । ଏହାପରେ ଫାର୍ମହାଉସ କୁ ଡକାଯାଇଥିବା ଯୁବତୀମାନେ ନାଚିବା ଆରମ୍ଭ କରିଦେଇଥିଲେ । ଏମାନଙ୍କ ଉପରେ ଟଙ୍କାର ବର୍ଷା ହେବାକୁ ଲାଗିଲା । ଏହାପରେ ଏଠାକୁ ଆସିଥିବା ଲୋକମାନେ ଦେହ ବ୍ୟବସାୟରେ ଲିପ୍ତ ଥିବା ଦେଖିବାକୁ ମିଳିଥିଲା । ଡିଜେ ଶବ୍ଦ ଶୁଣି ଜଣେ ପଡୋଶୀ ପୋଲିସକୁ ଏ ସଂପର୍କରେ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଫାର୍ମହାଉସରେ ଚଢ଼ାଉ କରିଥିଲା । ପୋଲିସକୁ ଦେଖି ସମସ୍ତେ ଦୌଡାଦୌଡି କରିବାକୁ ଲାଗିଥିଲେ ।





