ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ଦେଶର ଭେଟରାନ ଶୁଟର ତଥା ଶୁଟର ଦାଦି ଭାବେ ପରିଚିତ ଚନ୍ଦ୍ରୋ ତୋମାରଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳଙ୍କୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିôବା ବେଳେ ତାଙ୍କର ମୃତ୍ୟୁ ଘଟିଛି । କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ଚଳିତ ସପ୍ତାହରେ ଉତ୍ତର ପ୍ରଦୋର ମୀରଟରେ ଥିବା ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି ।





