ନବରଙ୍ଗପୁରଜିଲ୍ଲା,(ବାଘୁଆବାର୍ତ୍ତା): ଡାବୁଗାଁ ବ୍ଲକରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଓ ଡାବୁଗାଁ ବିଧାୟକ ମୋନହାର ରନ୍ଧାରୀ ଡାବୁଗାଁ ବ୍ଲକର ୮୦ ଶଯ୍ୟା ବିଶିଷ୍ଠ ୨ ଟି ଅସ୍ଥାୟୀ ସେବା କେନ୍ଦ୍ର ଏବଂ ମେଡିକାଲ ପରିଦର୍ଶନ କରି ପୂର୍ବରୁ କିଭଳି ପ୍ରସ୍ତୁତି ଚାଲିଛି ଏହାର ସ୍ଥିତି ପରଖିଲେ । କରୋନା ର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି । କିଛିଦିନ ହେବ କରୋନା ର ପ୍ରଭାବ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେ ମଧ୍ୟ ଦେଖିବାକୁ ମିଳିଛି। ଡାବୁଗାଁ ବ୍ଲକ ର ବିଭିନ୍ନ ସ୍ଥାନରେ ପ୍ରତିଦିନ ୩ ରୁ ୪ ଜଣ କରୋନା ଭୁତାଣୁ ର ସଂକ୍ରମଣ ହେଉଛନ୍ତି । ଏହି ସଂକ୍ରମଣ ଦିନକୁ ଦିନ ବଢିବା ଦେଖି ଡାବୁଗାଁ ଅଞ୍ଚଳରେ ଭୟ ର ବାତାବରଣ ସୃଷ୍ଟି ହେଉଛି । ବର୍ତ୍ତମାନର ପରିସ୍ଥିତିରେ ଲୋକେ ନିଜେ ନିଜର ସୁରକ୍ଷା କରିବା ଆବଶ୍ୟକ ଅଛି । ମାସ୍କ ପିନ୍ଧିବା , ସାମାଜିକ ଦୂରତା କୁ ବଜାୟ ରଖିବା , ବିନା କାରଣରେ ବାହାରକୁ ନ ବାହାରିବା , ଗହଳି ସ୍ଥାନକୁ ବର୍ଜନ କରିବା ଭଳି ନିୟମ କୁ ଯଦି ସମସ୍ତେ ପାଳନ କରନ୍ତି ତାହେଲେ ସଂକ୍ରମଣ କୁ ରୋକାଯାଇ ପାରିବ ବୋଲି ସାଂସଦ ଏ ବିଷୟକ ଜଣ ସାଧାରଣଙ୍କୁ ବାର୍ତ୍ତା ଦେଇଛନ୍ତି । ସାଂସଦ ଏବଂ ବିଧାୟକ ଆସ୍ଥାୟି ସେବା କେନ୍ଦ୍ର ଓ ମେଡିକାଲ ଗସ୍ଥ ସମୟରେ ଉପସ୍ଥିତ ଥିଲେ ଡାବୁଗାଁ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ, ବ୍ଲକ ଏଇ ବିଜୟ କୁମାର ସିଂ,ଡାବୁଗାଁ ଭାରପ୍ରାପ୍ତ ଜିପିଓ ଏଡି ପ୍ରସାଦ , ଜି ମୂରଲୀ, ନାଗା ରାଓ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।






