ନୟାଗଡ଼ (ବାଘୁଆବାର୍ତ୍ତା): ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥର ଗୋକର୍ଣେଶ୍ଚର ବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ଟାଙ୍ଗୀ ଭଗତପୁର ଅଂଚଳର ଦୁଇଜଣ ବ୍ୟକ୍ତି ବାଇକଯୋଗେ ଭଦ୍ରକ ଆଡକୁ ଆଉଥିବା ବେଳେ ଜାରକା ଗୋକର୍ଣେଶ୍ଚର ବ୍ରିଜ ନିକଟରେ ଏକ ଟ୍ରକ ବାଇକ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣକର ଡାକ୍ତର ଖାନାରେ ମୃତ୍ୟୁ ଘଟିଛି । ମୃତକ ମଧ୍ୟରୁ ଜଣେ ଟାଙ୍ଗୀ ଭଗତପୁର ଅଂଚଳର ହେମନ୍ତ ନାୟକ ବୋଲି ଜଣାପଡିଥିବା ବେଳେ ଅନ୍ୟ ଜଣକର ପରିଚୟ ମିଳିପାରିନାହିଁ । ପୋଲିସ ମୃତଦେହ ଦୁଇଟିକୁ ଧର୍ମଶାଳା ଡାକ୍ତରଖାନାକୁ ଆଣି ତଦନ୍ତ ଚଳାଇଛି ।






