Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ଲଢ଼େଇ ପାଇଁ ରାଜସ୍ଥାନ ରୟାଲ୍ସର ଆର୍ଥିକ ସହାୟତା

by ସଞ୍ଜୟ ସ୍ୱାଇଁ
April 29, 2021
in Sports, State
କରୋନା ଲଢ଼େଇ ପାଇଁ ରାଜସ୍ଥାନ ରୟାଲ୍ସର ଆର୍ଥିକ ସହାୟତା
131
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା): କରୋନା ସହ ଲଢ଼େଇ କରୁଥିବା ଭାରତୀୟଙ୍କ ପାଇଁ ସହଯୋଗର ହାତ ବଢ଼ାଇଛି ଆଇପିଏଲ ଟିମ ରାଜସ୍ଥାନ ରୟାଲ୍ସ । କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରିବା ପାଇଁ ରାଜସ୍ଥାନ ରୟାଲ୍ସ ୭.୫ କୋଟି ଟଙ୍କା ଦାନ କରିଛି । ଟିମ୍ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ “ରାଜସ୍ଥାନ ରୟାଲ୍ସର ଖେଳାଳି, ମାଲିକ ଓ ମ୍ୟାନେଜମେଣ୍ଟ ପକ୍ଷରୁ କୋଭିଡ-୧୯ ରେ ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ୧ ମିଲିୟନ ଡଲାରରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏହି ଅର୍ଥକୁ ରାଜସ୍ଥାନ ରୟାଲ୍ସ ଫାଉଣ୍ଡେସନ ଓ ଦ ବ୍ରିଟିଶ ଏସିଆଲ ଟ୍ରଷ୍ଟ ଜରିଆରେ ଖର୍ଚ୍ଚ କରାଯିବ ।” ସଂସ୍ଥା ପକ୍ଷରୁ ଆହୁରି କୁହାଯାଇଛି ଯେ ବ୍ରିଟିଶ ଏସିଆନ ଟ୍ରଷ୍ଟ ଭାରତ ସରକାରଙ୍କ ଏକାଧିକ ଜନହିତକର ଅଭିଯାନରେ ସାମିଲ ହୋଇଛି । ବିଶେଷ କରି ଶିକ୍ଷା ଓ ଦକ୍ଷତା ବୃଦ୍ଧି ଦିଗରେ କାମ କରାଯାଉଛି । ଟ୍ରଷ୍ଟ ପ୍ରତିଷ୍ଠାତା ପ୍ରିନ୍ସ ଚାର୍ଲେସ ଭାରତ ପାଇଁ ଏବେ ଅକ୍ସିଜେନ ଅଭିଯାନ ଆରମ୍ଭ କରିଛନ୍ତି । ବର୍ତ୍ତମାନ ଅକ୍ସିଜେନ କନସେନଟ୍ରାଟୋରସ ଆବଣ୍ଟନ ଉପରେ ଫୋକସ କରାଯାଉଛି । ଏହାଦ୍ୱାରା ବାୟୁମଣ୍ଡଳରୁ ଅମ୍ଳଜାନ ସଂଗ୍ରହ ହୋଇପାରିବ । ରାଜସ୍ଥାନ ରୟାଲ୍ସ ସଂଗ୍ରହ କରିଥିବା ଅର୍ଥ ପୂରା ଭାରତରେ ଖର୍ଚ୍ଚ ହେବ । କିନ୍ତୁ ପ୍ରାରମ୍ଭିକ କର୍ଯ୍ୟାଳୟରେ ରାଜସ୍ଥାନରେ ଏହାକୁ ଫୋକସ କରାଯାଇଛି ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!