ନୟାଗଡ଼ (ବାଘୁଆବାର୍ତ୍ତା): ଧଳାଜହର କାରବାର ହବ୍ ପାଲଟିଛି ଭଦ୍ରକ ସହର । ଗାଁର ଗଳିକନ୍ଦି ଠାରୁ ଆରମ୍ଭ କରି ସହରର ଛକ ଯାଏଁ ବେଧଡକ ଭାବେ ଚାଲିଛି ଚୋରା ବ୍ରାଉନ ସୁଗାର ବେପାର । ଜିଲ୍ଲା ପୁଲିସ, କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଓ ଏସଟିଏଫର ଚଢ଼ାଉ ପରେ ବି ଥମିବାର ନା ନେଉନି ବେଆଇନ ଧଳା ଜହର ବେପାର । ପୁଣି ଥରେ ଭଦ୍ରକ ସହରରୁ ବ୍ରାଉନ ସୁଗାର ଜବତ କରିଛି ପୁଲିସ । ୨୬୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଏହି ମାମଲାରେ ୨ ଜଣ ମହିଳାଙ୍କ ସମେତ ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି ଗ୍ରାମାଞ୍ଚଳ ପୁଲିସ । ତେବେ ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୬ ଲକ୍ଷରୁ ଉଦ୍ଧ୍ୱର୍ ହେବ ବୋଲି ପୁଲିସ ସୂଚନା ଦେଇଛି ।





