ଓଡ଼ଗାଁ(ବାଘୁଆବାର୍ତ୍ତା) ବିଗତ ତା୨୮/୮/୨୦୨୦ ରିଖ ରେ ଓଡ଼ଗାଁ ବ୍ଳକ୍ ସରକାରୀ ଉଚ୍ଚ ବିଦ୍ୟାଳୟ କୁରାଳ ର ଯୁବ ଶିକ୍ଷକ ସ୍ୱର୍ଗତ ବଦ୍ରିନାରାୟଣ ସୁବୁଦ୍ଧି ଙ୍କ କରୋନା ମହାମାରୀ କବଳରେ ପଡ଼ି ସ୍ଵର୍ଗାରୋହଣ କରିଥିଲେ। ଓଡ଼ଗାଁ ବ୍ଳକ୍ ର ସମସ୍ତ ବର୍ଗର ଶିକ୍ଷକ ମାନଙ୍କୁ ନେଇ ଗଠିତ ସମନ୍ୱୟ ଶିକ୍ଷକ ସଂଘ ତରଫରୁ ଆଜି କୁରାଳ ଗ୍ରାମ ର ସ୍ୱର୍ଗତ ସୁବୁଦ୍ଧି ଙ୍କ ପତ୍ନୀ ସ୍ୱର୍ଣ୍ଣଲତା ସୁବୁଦ୍ଧି ଙ୍କୁ ସମନ୍ୱୟ ଶିକ୍ଷକ ସଂଘ ଓଡ଼ଗାଁ ତରଫରୁ ଶିକ୍ଷକ ମନୋଜ କୁମାର ନାୟକ,ରଞ୍ଜନ କୁମାର ଦାଶ, ପ୍ରଦୀପ କୁମାର ପୃଷ୍ଟି,ଜଗନ୍ନାଥ ମିଶ୍ର,ଲଳିତ ମୋହନ ମିଶ୍ର ପ୍ରମୁଖ ଉପସ୍ଥିତ ହୋଇ ଟ୨୫୦୦୦/ ର ସହାୟତା ରାଶି ପ୍ରଦାନ କରିଥିଲେ।କୈ।ଣସି ଶିକ୍ଷକ ମାନଙ୍କ ଯଦି ଚାକିରି ସମୟରେ ଅକାଳ ମୃତ୍ୟୁ ହୋଇଯାଏ ତେବେ ସମନ୍ୱୟ ଶିକ୍ଷକ ସଂଘ ତରଫରୁ ଏହିପରି ଟ୨୫୦୦୦/ର ସହାୟତା ରାଶି ପ୍ରଦାନ କରାଯାଇଥାଏ। ଏଭଳି ପରମ୍ପରାକୁ ବିଭିନ୍ନ ଶିକ୍ଷାବିତ୍ ଏବଂ ବୁଦ୍ଧିଜୀବୀ ମହଲରେ ଭୂୟସୀ ପ୍ରଶଂସା କରାଯାଇଅଛି।






