ନବରଙ୍ଗପୁର ବାଘୁଆବାର୍ତ୍ତା :- ଡାବୁଗାଁ ବନ ବିଭାଗ ଅଧିନସ୍ଥ ଡାବୁଗାଁ ଉମରକଟ ଯିବା ରାସ୍ତା ରେ ବନରେ ଲାଗିଛି ନିଆଁ। ଫଳରେ ବହୁ ମୂଲ୍ୟବାନ ବନସ୍ପତି ଓ ଔଷଧୀୟ ଗଛ ପୋଡି ନଷ୍ଟ ହୋଇଯାଇଛି। ଆଜି ଦିନ ୧୨ଟା ବେଳେ କୌଣସି କାରଣରୁ ଗାନ୍ଧିପାର୍କ ପାଖ ଜଙ୍ଗଲରେ ନିଆଁ ଲାଗିଥିଲା । ନିଆଁ କ୍ରମଶଃ ଅନିୟନ୍ତ୍ରିତ ହେବା ପରେ ମଧ୍ୟ ଡାବୁଗାଁ ବନ ବିଭାଗର କୌଣସି କର୍ମଚାରୀ ନିଆଁ ଲାଗିଥିବା ସ୍ଥାନକୁ ଯାଇନଥିଲେ । ବାଧ୍ୟ ହୋଇ କିଛି ଲୋକ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ନିଆଁ ଆୟତ୍ତ ହେବାର ଅଧଘଣ୍ଟା ପରେ ସେଇ ସ୍ଥାନକୁ କିଛି ବନବିଭାଗ କର୍ମଚାରୀ ପହଞ୍ଚି ଥିଲେ, ଆଜି ଡାବୁଗାଁ ବନାଞ୍ଚଳ ର ଏକର ଏକର ଜଙ୍ଗଲ ଧ୍ୱଂସ ପାଇ ଯାଇଥାନ୍ତା । ଏହା ସହ ବହୁ ଔଷଧୀୟ ଗଛ, ବନ୍ୟପ୍ରାଣୀ ମଧ୍ୟ ଜଳି ପାଉଁଶ ହୋଇଯାଇଥାନ୍ତେ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଏଥିପାଇଁ ଧିରେ ଧିରେ ଜଙ୍ଗଲ ଧ୍ୱଂସ ହେବାକୁ ବସିଲାଣି ବୋଲି ସାଧାରଣରେ ଆଲଚନା ହେଉଥିବା ଖବର ମିଳୁଛି । ଏହି କେତେ ବର୍ଷ ଭିତରେ ଡାବୁଗାଁ ଜଙ୍ଗଲ ପ୍ରାୟତଃ ପତଳା ହୋଇ ଗଲାଣି ! ଏଥିପ୍ରତି ଜିଲ୍ଲା ବନଖଣ୍ଡ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ରହିଛି ।





