ରଣପୁର, 28/04 : ଓଡ଼ିଶାର ପ୍ରଥମ ବାରିଷ୍ଟର, ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା, ସ୍ବତନ୍ତ୍ର ଉତ୍କଳ ପ୍ରଦେଶର କର୍ଣ୍ଣଧାର, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଓଡ଼ିଆ ଜାତି ପ୍ରତି ଅବଦାନ ଅବର୍ଣ୍ଣନନୀୟ। ସ୍ବାଭିମାନୀ ଓଡ଼ିଆ ଭାବେ ଦିଗବିଦିଗ ପରିଚିତ ମଧୁବାବୁ ଜଣେ ବାଗ୍ମୀ ଓ ସମାଜ ସଂସ୍କାରକ ଥିଲେ। ତାଙ୍କୁ କୁଳବୃଦ୍ଧ ବୋଲି କୁହାଯାଉଥିଲା। ସେ ଏକାଧାରାରେ ଜଣେ ଓକିଲ, ସାମ୍ବାଦିକ, ରାଜନୀତିଜ୍ଞ ଥିଲେ। ଏପ୍ରିଲ୍ ୨୮ତାରିଖ ତାଙ୍କ ଜନ୍ମଦିନକୁ ରାଜ୍ୟରେ ଆଇନଜୀବୀ ଦିବସ ଭାବେ ପାଳନ କରାଯାଉଛି।
ରଣପୁର ଓକିଲ ସଂଘ ତରଫରୁ ରଣପୁର କୋର୍ଟ ପରିସରରେ ଏହି ଦିବସକୁ ପାଳନ କରାଯାଇଛି l ଏଥିରେ ସଭାପତି ସୂର୍ଯ୍ୟନାରାୟଣ ମହାପାତ୍ର, ସମ୍ପାଦକ ସତ୍ୟନାରାୟଣ ମତ୍ତା, ପ୍ରିୟବ୍ରତ ପ୍ରହରାଜ ଓ ଅନ୍ୟ ସମସ୍ତ ଆଇନିଜୀବି ଉପସ୍ଥିତ ଥିଲେ l







