ନୟାଗଡ଼, (ବାଘୁଆବାର୍ତ୍ତା): ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ । ପେଟ ମାଡି ଶୋଇବାରୁ ଜଣେ ବୃଦ୍ଧା କେମିତି ମହାମାରୀ କରୋନାକୁ ମାତ ଦେଇପାରିଲେ? ହେଲେ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଲୋକମାନେ ଅକ୍ସିଜେନ ପାଇଁ ଡହଳ ବିକଳ ହେଉଛନ୍ତି । କିନ୍ତୁ ଉତ୍ତର ପ୍ରଦେଶର ଗୋରଖପୁରରେ ଜଣେ ୮୨ ବର୍ଷୀୟ ବୃଦ୍ଧା କରୋନାକୁ ବିନା ଅକ୍ସିଜେନ ସିଲିଣ୍ଡରର ସହାୟତାରେ ବେଶ ସହଜରେ ମାତ ଦେଇପାରିଛନ୍ତି । ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କ ଅକ୍ସିଜେନ ସ୍ତର ହ୍ରାସ ପାଇଥିଲେ । ସେ ପେଟ ମାଡ଼ି ଶୋଇ ରହିବାରୁ ତାଙ୍କ ଅକ୍ସିଜେନ ସ୍ତର ଧୀରେଧୀରେ ବଢ଼ିଥିଲା । ଶେଷରେ ସେ କରୋନାକୁ ମାତ ଦେଇ ସୁସ୍ଥ ମଧ୍ୟ ହୋଇଥିଲେ । ସେ କୌଣସି ଅକ୍ସିଜେନ ସିଲିଣ୍ଡରର ବ୍ୟବହାର ନକରି ସୁସ୍ଥ ହୋଇଥିôବାରୁ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।





