ନୟାଗଡ଼, (ବାଘୁଆବାର୍ତ୍ତା): କରୋନା ସମୟରେ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରିବାକୁ ମଝିରେ ମଝିରେ ବିଭିନ୍ନ ଗାଇଡ୍ଲାଇନ ଜାରି କରୁଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ସେହିପରି କରୋନା କାଳରେ ଖାଇବା ପିଇବା ଉପରେ ମଧ୍ୟ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଉଛି । ହୁ ଅନୁସାରେ ଘରେ ତିଆରି ଖାଦ୍ୟ ଓ ସନ୍ତୁଳିତ ଖାଦ୍ୟ ଖାଇଲେ ଶରୀର ସୁସ୍ଥ ରହିବା ସହିତ ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ । ଫଳରେ ଶରୀରକୁ ବିଭିନ୍ନ ଭାଇରସ ସହିତ ଲଢ଼ିବାକୁ ବଳ ମିଳିଥାଏ ।
ତେବେ ବାହାର ଖାଦ୍ୟ ଖାଇବା କିମ୍ବା ପ୍ୟାକେଟ ଖାଦ୍ୟକୁ ସମ୍ପୂର୍ଣ୍ଣ ବାରଣ କରିଛି ହୁ । କରୋନା ସମୟରେ ସୁସ୍ଥ ରହିବାକୁ ହେଲେ ଖାଦ୍ୟପାନୀୟ ନେଇ ଏକ ଗାଇଡଲାଇନ ମଧ୍ୟ ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ତେଣୁ ଏହି ସମୟରେ ଆପଣ କ’ଣ ଖାଇବେ କ’ଣ ନଖାଇବେ ଆସନ୍ତୁ ଜାଣିବା ଏହି ଦରକାରୀ ସୂଚନା ।
ଅଧିକ ଲୁଣ ପ୍ରତି ସାବଧାନ!-କଥାରେ ଅଛି ଶହେ ତୃଣ ଏକ ଲୁଣ । ଅର୍ଥାତ ଖାଦ୍ୟରେ ଲୁଣ ନପକାଇଲେ ତାହା ସ୍ୱାଦିଷ୍ଟ ହୋଇନଥାଏ । କିନ୍ତୁ ସାବଧାନ! ଅତ୍ୟଧିକ ଲୁଣ ଖାଇବା ଶରୀର ପକ୍ଷେ ହାନିକାରକ । ତେଣୁ ଦୈନିକ ୫ ଗ୍ରାମରୁ ଅଧିକ ଲୁଣ ଖାଆନ୍ତୁ ନାହିଁ । ଖାଦ୍ୟରେ ଲୁଣ ଖାଇବା ସହିତ ଦିନଭରି ଆମେ ଅନେକ ଲୁଣି ଚଟ୍ପଟା ଖାଦ୍ୟ ଖାଇଥାନ୍ତି । ଯାହା ହାନିକାରକ ହୋଇଥାଏ । ସେଥିପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ତା ସହିତ ଅତ୍ୟଧିକ ମିଠା ଥିବା ସାମଗ୍ରୀ ଖାଇଲେ ବି ଏହା ଶରୀର ପ୍ରତି ହାନିକାରକ ହୋଇଥାଏ । ସେଥିପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ତା ସହିତ ଅତ୍ୟଧିକ ମିଠା ଥିବା ସାମଗ୍ରୀ ଖାଇଲେ ବି ଏହା ଶରୀର ପ୍ରତି ହାନିକାରକ ହୋଇଥାଏ । ତେଣୁ ସୁଗାର ଯୁକ୍ତ ଡ୍ରିଂଗ୍ସ, ଜୁସ୍ ଓ କୋଲ୍ଡ ଡ୍ରିଂକ୍ସ ଆଦିଠାରୁ ଦୂରେଇ ରୁହନ୍ତ । ଅଧିକ ପାଣି ପିଅନ୍ତୁ – ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନ ସମୟରେ ଅଧିକ ପାଣି ପିଇବା ସହିତ ତରଳଯୁକ୍ତ ଖାଦ୍ୟ ଖାଇବା ଦରକାର । ଫଳରେ ରକ୍ତ କଣିକା ଶରୀରରେ ଥିବା ପୋଷାକ ତତ୍ୱକୁ ବିଭିନ୍ନ ଅଙ୍ଗକୁ ସହଜରେ ବୋହି ନେବା ସହିତ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଦେଇଥାଏ । ତା ସହିତ ପାଣି ପିଇବା ଦ୍ୱାରା ଶରୀର ତାପମାତ୍ରା କଣ୍ଟ୍ରୋଲ ହୋଇଥାଏ । ଏହିସବୁ ଫଳ ପନିପରିବା ଖାଆନ୍ତୁ – ସେଓ, କଦଳୀ, ପିଜୁଳି,ଷ୍ଟ୍ରବେରୀ, ମୌସୁମୀ ଲେମ୍ବୁ, ସପୁରୀପଣସ, ଅମୃତଭଣ୍ଡା, କମଳା ଲେମ୍ବୁ ଆଦି ଫଳ ପ୍ରତିଦିନ ଖାଇବା ଦରକାର । ଏହା ବାଦ୍ କ୍ୟାପ୍ସିକମ୍, ରସୁଣ, ଅଦା, ଲେମ୍ବୁ, ଧନିଆ, ବ୍ରୋକଲୀ, କଞ୍ଚାଲଙ୍କା, ଆଦି ପରିବା ମଧ୍ୟ ଖାଇବାରେ ସାମିଲ ହେବା ଆବଶ୍ୟକ । ତା ସହିତ ଡାଲି ଓ ମଞ୍ଜି ବା ଛୁଇଁ ଜାତୀୟ (ରାଜମା, କ୍ୟଞ୍ଚାମଟର, ସଜନା ଛୁଇ, ମୁଗ, ବିରି) ଖାଦ୍ୟ, ଖାଇବା ଓ ଅଟା, ଓଟ୍ସ, କର୍ଣ୍ଣ ଫ୍ଲାଓର, ବାଜରା ଅଟା, ଉଷୁନା ଭାତ ବି ଦୈନିକ ଖାଦ୍ୟ ସାରଣୀରେ ରହିବା ଜରୁରୀ । ତେବେ ଯଦି ଆପଣ ମାଂସାହାରୀ ତେବେ ସପ୍ତାହରେ ଦୁଇରୁ ତିନି ଦିନ ଚିକେନ ଓ ଅଣ୍ଡା ଆଦି ଖାଇପାରିବେ । ଏହାଦ୍ୱାରା ଶରୀରରେ ସନ୍ତୁଳନ ଠିକ୍ ଭାବେ କାଏମ ରହିବା ସହିତ ଶୀରକୁ ପୋଷଣ ମିଳିଥାଏ । କରୋନା ସମୟରେ ଛୋଟ ଛୋଟ ସାବଧାନତା: – ୧.ଫଳ ଓ ପନିପରିବା ବ୍ୟବହାର କରିବା ପୂର୍ବରୁ ଭଲଭାବରେ ଧୁଅନ୍ତୁ । ଯଦି ପାରିବେ ତେବେ ଗରମ ପାଣିରେ ମଧ୍ୟ ଏହାକୁ କିଛି ସମୟ ପର୍ଯ୍ୟନ୍ତ ରଖିପାରିବେ । ୨. ରନ୍ଧା ଖାଦ୍ୟଠାରୁ କଞ୍ଚା ପନିପରିବା କିମ୍ବା ଫଳ ସବୁବେଳେ ଦୂରେଇ ରଖନ୍ତୁ । ଯାହାଦ୍ୱାରା ବଜାରରୁ ଆସିଥିବା କଞ୍ଚା ସାମଗ୍ରୀରୁ କୌଣସି ଜୀବାଣୁ ରନ୍ଧା ଖାଦ୍ୟ ଭିତରକୁ ପ୍ରବେଶ କରିବେ ନାହିଁ । ୩. ପନିପରିବାକୁ ଅଧିକ ସିଝାନ୍ତୁ ନାହିଁ । ଫଳରେ ଏଥିରେ ଥିବା ଭିଟାମିନ୍ ଓ ମିନେରାଲ୍ସ ନଷ୍ଟ ହୋଇଯାଇଥାଏ । ତେବେ କରୋନା ସମୟରେ କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଶ୍ଚୟ କରନ୍ତୁ । ବିନା ପରାମର୍ଶରେ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ ।





