ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟରେ କୋଭିଡ ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି । ଏହାରି ମଧ୍ୟରେ ମୁକାବିଲା ପାଇଁ ଆଗେଇ ଆସିଛନ୍ତି ଆଇଏଏସ ସଂଘ । କୋଭିଡ ମୁକାବିଲା ପାଇଁ ରାଜ୍ୟର ସମସ୍ତ ଆଇଏଏସ ନିଜର ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି । କରୋନା ଆକ୍ରାନ୍ତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଦେବା ଏବଂ କୋଭିଡ ମୁକାବିଲା ପାଇଁ ଆବଶ୍ୟକୀୟ ଉପକରଣ କିଣିବା ପାଇଁ ଏହା ବେଶ ସହାୟକ ହେବ ।





