ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ଗତ କିଛି ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁ ପାଞ୍ଚଟି ରାଜ୍ୟକୁ ଭୋଟ୍ ଗଣତି (ମେ ୨)) ଦିନ କିମ୍ବା ଏହାପରେ କୌଣସି ବିଜୟ ଉତ୍ସବ ଓ ଶୋଭାଯାତ୍ରାକୁ ଅନୁମତି ମିଳିବ ନାହିଁ ବୋଲି ଭାରତର ନିର୍ବାଚନ କମିସନ୍ ଘୋଷଣା କରିଛନ୍ତି। ସମସ୍ତ ବିଜୟ ଉତ୍ସବ ଓ ଶୋଭାଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ କମିସନ୍। ନିର୍ବାଚନ କମିସନଙ୍କ ବିଜ୍ଞପ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ ବିଜେତା ପ୍ରାର୍ଥୀଙ୍କୁ କିମ୍ବା ତାଙ୍କ ପ୍ରାଧିକୃତ ପ୍ରତିନିଧିଙ୍କୁ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ନିର୍ବାଚନ ପ୍ରମାଣପତ୍ର ଗ୍ରହଣ କରିବାକୁ ଦୁଇରୁ ଅଧିକ ବ୍ୟକ୍ତିଙ୍କୁ ଅନୁମତି ଦିଆଯିବ ନାହିଁ। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୭ରୁ ଆରମ୍ଭ ହୋଇ ଏପ୍ରିଲ ୧୯ ପର୍ଯ୍ୟନ୍ତ ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଧାର୍ଯ୍ୟ କରାଯାଇଥିଲା।





