ଓଡ଼ଗାଁ(ବାଘୁଆବାର୍ତ୍ତା):ଆଜି ଅପରାନ୍ହରେ ଓଡ଼ଗାଁ ବ୍ଲକ ବାଣ୍ଠପୁର ଗ୍ରାମପଞ୍ଚାୟତ ପୋଡାସାହି ଗ୍ରାମର ନୂଆଁସାହିରେ ଅଗ୍ନିକାଣ୍ଡ ଘଟି ସର୍ବସ୍ୱାନ୍ତ ହୋଇଥିବା ୨୧ ପରିବାରକୁ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ସହାୟତା ପ୍ରଦାନ କରିଛନ୍ତି ।
ମନ୍ତ୍ରୀ ସାହୁ ସମସ୍ତ କ୍ଷତିଗ୍ରସ୍ତ ପରିବାରକୁ ବାର୍ତ୍ତା ମାଧ୍ୟମରେ ସମବେଦନା ଜଣାଇବା ସହ ସମସ୍ତ ପରିବାରର ପୁରୁଷ ,ମହିଳା ଏବଂ ଛୋଟଛୁଆଙ୍କ ପାଇଁ ପୋଷାକର ବ୍ୟବସ୍ଥା କରାଇଥିଲେ ।ଆଗାମୀ ୭ଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟର ବ୍ୟବସ୍ଥା ସମସ୍ତ ବିପନ୍ନଙ୍କ ପାଇଁ କରିଥିଲେ ।ପ୍ରଶାସନ ତରଫରୁ ତହସିଲଦାର ବିଜୟିତା ସାମନ୍ତସିଂହାର ,ବିଡ଼ିଓ ସ୍ୱାତିଲେଖା ଦାସ ,ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ ,ବିଭୁପ୍ରସାଦ ସାହୁ ପହଞ୍ଚି ପ୍ରଥମେ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରିଥିବା ବେଳେ ସମସ୍ତ ବିପନ୍ନଙ୍କ ପରିବାରକୁ ଜରିପାଲ ଆଦି ପ୍ରଦାନ କରିଥିଲେ ।ବିପନ୍ନଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ଯୋଗାଇ ଦେବା ନିମନ୍ତେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।






