ନୟାଗଡ଼, (ବାଘୁଆବାର୍ତ୍ତା): ସମ୍ବଲପୁର ପୋଲିସ ଦ୍ୱାରା ସେକ୍ସ ରାକେଟ ଠାବ । ସେକ୍ସ ରାକେଟ ଚାଲୁଥିବା ନେଇ ଧନୁପାଲି ପୋଲିସ ଖବର ପାଇଥିଲା । ଏହା ପରେ ସମ୍ବଲପୁର ସାକ୍ଷୀପଡ଼ା ସ୍ଥିତ ନ୍ୟୁ କଲୋନୀରେ ଚଢ଼ାଉ କରିଛି । ଏହି ଚଢ଼ାଉ ପରେ ସମ୍ବଲପୁର ଧନୁପାଲି ପୋଲିସ ଦୁଇଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା । ଏଥିସହ ୩ଜଣ ଗ୍ରାହକଙ୍କୁ ମଧ୍ୟ ଅଟକ ରଖିଛି । ଦୀର୍ଘଦିନ ଧରି ଏଠାରେ ସେକ୍ସ ରାକେଟ ଚାଲୁଥିବାନେଇ ପୋଲିସ ଖବର ପାଇ ଏଠାରେ ଚଢ଼ାଉ କରିଥିବା ଜଣାପଡିଛି । ସେପଟେ ଜଣେ ଗ୍ରାହକ କୌଶଳକ୍ରମେ ଦୌଡି ପଳାଇଥିବା ସୂଚନା ମିଳିଛି ।





