ନୟାଗଡ଼, (ବାଘୁଆବାର୍ତ୍ତା): କରୋନାକୁ ନେଇ ଚାରିଆଡେ ସ୍ଥିତି ଚିନ୍ତାଜନକ । ଦେଶରେ ହୁହୁ ହୋଇ ମାଡ଼ି ଚାଲିଛି ମହାମାରୀ । ଏଭଳି ପରିସ୍ଥିତିରେ ଫ୍ରଣ୍ଟଲାଇନ ୱର୍କରମାନେ ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ତେବେ ଏମାନଙ୍କ ପାଇଁ ଏବେ ଆଗକୁ ଆସିଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ । ସେ ଏହି ଫ୍ରଣ୍ଟଲାଇନ କର୍ମଚାରୀମାନଙ୍କୁ ‘ବିଙ୍ଗ ହଙ୍ଗରୀ’ ଅଭିଯାନ ମାଧ୍ୟମରେ ଖାଦ୍ୟ ବଣ୍ଟନ ବ୍ୟବସ୍ଥା କରୁଛନ୍ତି । ‘ବିଙ୍ଗ ହଙ୍ଗରୀ’ ଅଭିଯାଜନ ମାଧ୍ୟମରେ ଫୁଡ ଭ୍ୟାନ୍ଗୁଡ଼ିକ ମୁମ୍ବାଇର ରାସ୍ତାରେ ବୁଲୁଛି । କୋଭିଡ ଯୋଦ୍ଧାଙ୍କୁ ମାଗଣାରେ ଖାଦ୍ୟ ବଣ୍ଟନ କରୁଛି ଏହି ଭ୍ୟାନ୍ । ଏପରିକି ସଲମାନ ଖାନ ନିଜେ ଆସି ଏହାର ତଦାରଖ ମଧ୍ୟ କରିଛନ୍ତି ।





