ନୟାଗଡ଼, (ବାଘୁଆବାର୍ତ୍ତା): ସପ୍ତାହାନ୍ତ ସଟଡାଉନ ବେଳେ ଜଙ୍ଗଲରେ ଜୁଆ ଖେଳୁଥିବା ବେଳେ ମାଡ଼ି ବସିଲା ପୁଲିସ । ପଦ୍ମପୁର ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଗତକାଲି ୩୦ ରୁ ୩୫ ଜଣ ଜୁଆଡି ଜୁଆ ଖେଳୁଥିବା ବେଳେ ଜୟପୁର ପୁଲିସ ଚଢ଼ାଉ କରିଥିଲା । ଏହି ସମୟରେ ୨୧ ଜଣ ଜୁଆଡିଙ୍କୁ ଗିରଫ କରିଥିବା ବେଳେ ନଗଦ ୭୦ ହଜାର ଟଙ୍କା, ୧୩ଟି ମୋବାଇଲ ଫୋନ ଓ ୧୨ଟି ମୋଟର ସାଇକେଲ ଜବତ କରିଛି ପୁଲିସ । ତେବେ ଆଜି ଏହି ଜୁଆଡିଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ । ସୂଚନାନୁସାରେ, ସପ୍ତାହାନ୍ତ ସଟଡାଉନ ବେଳେ ପଦ୍ମପୁର ନିକଟ ଜଙ୍ଗଲରେ ଜମିଥିଲା ଜୁଆ ଖେଳର ଆସର । ଏନେଇ ଜୟପୁର ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇ କୋର୍ଟ ଚାଲାଣ କରିଛି ପୁଲିସ । ତେବେ ସଚେତନ କଲା ପରେ ମଧ୍ୟ ଏଭଳି କୋଭିଡ୍ ଗାଇଡଲାଇନ ଉଲ୍ଲଘଂନ କରିଥିôବାରୁ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କୋରାପୁଟ ପୁଲିସ ।





