Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତରେ ପହଞ୍ଚିଲା ଆମେରିକା ପଠାଇଥିବା ୩୧୮ଟି ‘ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର୍‌’

by ସଞ୍ଜୟ ସ୍ୱାଇଁ
April 26, 2021
in NATIONAL NEWS
ଭାରତରେ ପହଞ୍ଚିଲା ଆମେରିକା ପଠାଇଥିବା ୩୧୮ଟି ‘ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର୍‌’
218
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତରେ ପହଞ୍ଚିଲା ଆମେରିକା ପଠାଇଥିବା ୩୧୮ଟି ‘ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର୍‌’। ନ୍ୟୁୟର୍କରୁ ଏୟାର ଇଣ୍ଡିଆ ବିମାନ ଯୋଗେ ଏହି ‘ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର୍‌’ ଆସି ଦିଲ୍ଲୀରେ ପହଞ୍ଚିଛି। ଏନେଇ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ। ଅମ୍ଲଜାନ ଯୋଗାଣ କରାଯାଉଥିଲେ ମଧ୍ୟ ‌ଦେଶର ବିଭିନ୍ନ କୋଣରେ କରୋନା ଆକ୍ରାନ୍ତ ଅମ୍ଲଜାନ ଅଭାବରୁ ମୃତ୍ୟୁବରଣ କରୁଥିବା ଦେଖାଯାଇଛି। ଶନିବାର ଦିଲ୍ଲୀର ଜୟପୁରରେ ଥିବା ଗୋଲଡେନ ହସ୍ପିଟାଲରେ ୨୦ଜଣ କରୋନା ରୋଗୀଙ୍କୁ ଅମ୍ଲଜାନ ନମଳିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଥିଲା। ଦେଶର ଏଭଳି ସ୍ଥିତିରେ ଏବେ ଭାରତରୁ ସାହାଯ୍ୟର ହାତ ବଢ଼ାଇଛି ଆମେରିକା। ମାରାତ୍ମକ କରୋନାଭାଇରସ୍‌ ସଙ୍କଟ ସହ ଲଢୁଥିବା ଭାରତ ପାଇଁ ଅତ୍ୟାବଶ୍ୟକ ଜୀବନ ରକ୍ଷାକାରୀ ଡାକ୍ତରୀ ଉପକରଣ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେବା ଲାଗି ଗତକାଲି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଉପରାଷ୍ଟ୍ରପତି କମଳା ହାରିସ୍‌ ପ୍ରତିଶ୍ରୁତି ଦେଇଥିଲେ। ଟୁଇଟ୍‌ କରି ଜୋ ବାଇଡେନ୍‌ କହିଥିଲେ, ମହାମାରୀର ପ୍ରାରମ୍ଭିକ କାଳରେ ଆମ ଡାକ୍ତରଖାନା ସବୁ ଉପକରଣଶୂନ୍ୟ ହୋଇଯାଇଥିବା ବେଳେ ଭାରତ ଯେମିତି ସହାୟତା ପଠାଇଥିଲା, ସେମିତି ଆବଶ୍ୟକ ବେଳେ ଭାରତକୁ ଆମେ ସହାୟକ ହେବାକୁ ପ୍ରତିବଦ୍ଧ। ଅନ୍ୟ ଏକ ଟୁଇଟ୍‌ରେ ଉପରାଷ୍ଟ୍ରପତି କମଳା ହାରିସ୍‌ କହିଥିଲେ, କୋଭିଡ୍‌-୧୯ ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଥିବା ବେଳେ ତୁରନ୍ତ ଅତିରିକ୍ତ ସହାୟତା ଏବଂ ସାମଗ୍ରୀ ଯୋଗଣ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ସହାୟତା ଯୋଗାଇଦେବା ସହ ଭାରତର ସାହସୀ ସ୍ୱାସ୍ଥ୍ୟସେବା କର୍ମୀଙ୍କ ସମେତ ଭାରତବାସୀଙ୍କ ପାଇଁ ଆମେ ପ୍ରାର୍ଥନା କରୁଛୁ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!