ନୟାଗଡ଼, (ବାଘୁଆବାର୍ତ୍ତା): କରୋନାକୁ ନେଇ ଗଲା ପୁରା ମାନବସମାଜ ଦୋହଲି ଯାଇଛି । ହେଲେ ଏହି ଅଜଣା ଭୟକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଅହରହ ଉଦ୍ୟମ କରୁଥିବା ବେଳେ ଗଂଜାମ ଜିଲ୍ଲାର ଚାଲିଛି ନକଲି ମଦର ପଶରା । କୁକୁଡା ଫାର୍ମରେ ଚାଲୁଛି ନକଲି ମଦ ପ୍ରସ୍ତୁତି । ସେମିତି ଏକ ନକଲି ମଦ କାରଖାନାକୁ ଠାବ କରିବାରେ ସକ୍ଷମ ହୋଇଛି ଗଂଜାମ ଜିଲ୍ଲା ଅବକାରୀ ବିଭାଗ । ସୂଚନା ଅନୁସାରେ, ହିଂଜିଳିକାଟୁ ନୂଆମକଝୋଳ ଗାଁର ଶେଷ ମୁଣ୍ଡରେଥିବା ଏକ କୁକୁଡା ଫାର୍ମରେ ଗତ କିଛି ଦିନ ହେବ ନକଲି ମଦ କାରଖାନା ଚାଲିଥିବା ଜଣା ପଡିଥିଲା । ୟୁଟ୍ୟୁବ ଦେଖି କଲିକତାରୁ କଞ୍ଚା ମାଲ ସଂଗ୍ରହ କରି ନକଲି ମଦ ତିଆରି କରି ଓଡିଶା ଆନ୍ଧ୍ର ବର୍ଡର ଗିରିଶୋଲା ଅଂଚଳକୁ ଏହା ସପ୍ଳାଇ ହେଉଥିଲା । ଯାହାକୁ ନେଇ ଆଜି ଅଚାନକ ଚଢ଼ାଉ କରି ନକଲି ମଦ କାରଖାନାକୁ ସିଲ୍ କରିବା ସହ ଏହି ଚଢ଼ାଉରେ ତିନି ଜଣକୁ ବିଭାଗ ଗିରଫ କରିବାରେ ସକ୍ଷମ ହୋଇଛି । ଏଥିସହିତ ବହୁ ପରିମାଣର ନକଲି ସିଲ୍, ନକଲି ମଦ କାଚ ବୋତଲ, ସହ ମେସିନକୁ ଜବତ କରିଥିବା ବିଭାଗ ସୂଚନା ଦେଇଛି । ପ୍ରାଥମିକ ତଦନ୍ତରୁ ନକଲି ମଦ ବାହାର ରାଜ୍ୟକୁ ଚାଲାଣ ନେଇ ଗିରଫ ଅଭିଯୁକ୍ତ ମାନେ ସ୍ପଷ୍ଟ କରୁଥିବା ବେଳେ ଅବକାରୀ ବିଭାଗ କେତେ ଦୂର ଅନ୍ତ ରାଜ୍ୟ ନକଲି କାରବାରର ମାଷ୍ଟର ମାଇଣ୍ଡକୁ ଧରିବାକୁ ସକ୍ଷମ ହେଉଛି ତାହା ଦେଖିବାକୁ ବାକି ରହିଲା ।





