ନୟାଗଡ଼, (ବାଘୁଆବାର୍ତ୍ତା): ମାଲକାନଗିରି ଜିଲ୍ଲା ମାଥଲିରେ ଥିବା ତୁଳସୀ ପାହାଡରୁ ଦୁଇଟି ମୟୁର ପଦଗ୍ରାମକୁ ଉଡି ଆସିଥିଲେ । ଏହି ମୟୁର ଦ୍ୱୟଙ୍କୁ ସେହି ଗ୍ରାମରେ ଥିବା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଜ ହେପାଜତରେ ରଖିଥିଲେ । ପରେ ବନ ବିଭାଗ ଏହାର ସୂଚନା ପାଇ ମୟୁର ଦୁଇଟିକୁ ଉଦ୍ଧାର କରିଛି । ଏହାପରେ ଦୁଇଟି ମୟୁରକୁ ସେମାନଙ୍କୁ ପ୍ରାକୃତିକ ବାସସ୍ଥଳୀରେ ଛାଡି ଦିଆଯାଇଛି ।





