Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ସଂକ୍ରମଣ ଭୟ ଘାରିଲା: କ୍ୟାପିଟାଲ ହସ୍ପିଟାଲରେ ଗୋଟିଏ ବେଳା ଓପିଡି

by ସଞ୍ଜୟ ସ୍ୱାଇଁ
April 25, 2021
in Health, State
କରୋନା ସଂକ୍ରମଣ ଭୟ ଘାରିଲା: କ୍ୟାପିଟାଲ ହସ୍ପିଟାଲରେ ଗୋଟିଏ ବେଳା ଓପିଡି
138
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): କ୍ୟାପିଟାଲ ହସ୍ପିଟାଲର ଓପିଡି ବା ବହିର୍ବିଭାଗକୁ ଗୋଟିଏ ବେଳା କରି ଦିଆଯାଇଛି। ଗତ ଗୁରୁବାରଠାରୁ କେବଳ ସକାଳ ବେଳା ଓପିଡି ଖୋଲୁଛି। କରୋନା ସଂକ୍ରମଣ ଓ ହସ୍ପିଟାଲକୁ ରୋଗୀଙ୍କ ସଂଖ୍ୟା କମ୍ ଦୃଷ୍ଟିରୁ ହସ୍ପିଟାଲ କର୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡ. ଲକ୍ଷ୍ମୀଧର ସାହୁ କହିଛନ୍ତି, ସଂକ୍ରମଣ ଓ କମ୍ ସଂଖ୍ୟାରେ ରୋଗୀ ଆସୁଥିବାରୁ କେବଳ ସକାଳ ବେଳା ଓପିଡି ଖୋଲାଯାଉଛି। ଦୁଇବେଳା ଓପିଡି ଖୋଲିଲେ ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ ହେବାର ଆଶଙ୍କା ରହିଛି। ଆଗକୁ ଯଦି ସ୍ଥିତିରେ ସୁଧାର ଆସେ ତା’ହେଲେ ସକାଳ ବେଳା ଖୋଲା ଯାଉଥିବା ଓପିଡିର ସମୟକୁ କିଛି ଘଣ୍ଟା ବୃଦ୍ଧି କରାଯିବ ବୋଲି ଡ.ସାହୁ କହିଛନ୍ତି। କିଛିଦିନ ପୂର୍ବରୁ ହସ୍ପିଟାଲର ଜଣେ ଡାକ୍ତର, ଏସି ଟେକ୍‌ନିସିଆନ୍ ଓ କିଛି ରୋଗୀ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ହେଲେ ଏହାପରେ ହସ୍ପିଟାଲର ଅନ୍ୟ କୌଣସି କର୍ମଚାରୀ କରୋନାରେ ସଂକ୍ରମିତ ହୋଇ ନ ଥିବା ଡ. ସାହୁ ସୂଚନା ଦେଇଛନ୍ତି। ଗତବର୍ଷ ସଂକ୍ରମଣ ସମୟରେ ହସ୍ପିଟାଲର ବହୁ ସଂଖ୍ୟାରେ ଡାକ୍ତର, ନର୍ସିଂ ଷ୍ଟାପ୍ ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ସଂକ୍ରମିତ ହୋଇଥିଲେ। ରାଜ୍ୟରେ କରୋନା ସଂକ୍ରମଣକୁ ନଜର‌ରେ ରଖି ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସରକାରୀ ହସ୍ପିଟାଲ ଗୁଡ଼ିକରେ ଜରୁରୀ ଅସ୍ତ୍ରୋପଚାର ବାଦ୍ ଅନ୍ୟ ଅସ୍ତ୍ରୋପଚାର ଗୁଡ଼ିକୁ ବନ୍ଦ ରଖିବା ଲାଗି ନିର୍ଦେଶ ଦେଇଛନ୍ତି। ତେଣୁ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଅନ୍ୟ ଅସ୍ତ୍ରୋପଚାର ବନ୍ଦ ରହିଛି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!