ନୟାଗଡ଼, (ବାଘୁଆବାର୍ତ୍ତା): ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଆ ବୋହୂର ଦବଦବା ଦେଖିବାକୁ ମିଳିିଛି । ଯାହାଫଳରେ ସୁନ୍ଦରୀ ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟକୁ ମନୋନୀତ ହୋଇଥିବା ଜଣାପଡିଛି । ସୂଚନାନୁସାରେ, ଅକ୍ଟୋବର ମାସରେ ଦୁଇବା ସହରରେ ହେବାକୁ ଥିବା ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତା-୨୦୨୧ ଭାଗ ନେବେ ଭୁବନେଶ୍ୱରର ମଧୁସ୍ମିତା ଜେନା । ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମଧୁସ୍ମିତା ଓଡ଼ିଶାରୁ ପ୍ରତିନିଧିତ୍ୱ କରିବା ସହିତ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଏହି ପ୍ରତିଯୋଗିତା ଲାଗି ଏକ ସାମର୍ଥ୍ୟ ପରୀକ୍ଷା ବା ଅଡିସନ ହୋଇଥିଲା । ୨୭ରୁ ଉର୍ଦ୍ଧ ପ୍ରତିଯୋଗିତାଙ୍କୁ ପଛରେ ପକାଇ ମଧୁସ୍ମିତା ଅନ୍ତିମ ପର୍ଯ୍ୟାୟରେ ପହଞ୍ôଚ ଦୁବାଇ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି । ଏହି ପର୍ଯ୍ୟାୟରେ ସେ ଟାଇଟଲ ମଧ୍ୟ ହାତେଇବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ମଧୁସ୍ମିତା । ପୂର୍ବରୁ ଇଞ୍ଜିନିୟରିଂ ସାରିବା ପରେ କଷ୍ଟ୍ୟୁମ୍ ଡିଜାଇନର ଭାବେ କାର୍ଯ୍ୟ କରୁଥିବା ବେଳେ ଫ୍ୟାସନ ଡିଜାଇନର ରାମକୃଷ୍ଣ ପଟ୍ଟନାୟକଙ୍କ ସହ ଦେଖା ହେବା ପରେ ଏଥିପ୍ରତି ମନବଳେଇଥିଲେ ବୋଲି କହିଛନ୍ତି ।





