ନୟାଗଡ଼, (ବାଘୁଆବାର୍ତ୍ତା): ରାଜଧାନୀ ଦିଲ୍ଲୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି । ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଦି ପାଦ ଆଗେଇ ଆସିଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ସେ ‘ଗୌତମ ଗମ୍ଭୀର ଫାଉଣ୍ଡେସନ’ ଜରିଆରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବା ସହିତ ଖାଇବା, ଅକ୍ସିଜେନ ଆଦି ମାଗଣାରେ ଯୋଗାଉଛନ୍ତି । ଗୌତମ ଗମ୍ଭୀରଙ୍କ ଏପରି କାମକୁ ପ୍ରଶଂସା କରି ବଲିଉଡ ସୁପରଷ୍ଟାର ଅକ୍ଷମ କୁମାର ୧ କୋଟି ଟଙ୍କା ‘ଗୌତମ ଗମ୍ଭୀର ଫାଉଣ୍ଡେସନ’ କୁ ପଠାଇଛନ୍ତି । ଅକ୍ଷୟ କୁମାର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।





