ନୟାଗଡ଼, (ବାଘୁଆବାର୍ତ୍ତା): ସାରା ରାଜ୍ୟରେ ଦୁଇଦିନ ଧରି ସଟଡାଉନ ଲାଗୁରହିଥିବା ବେଳେ କେତେକ ଗଞ୍ଜେଇ ମାଫିଆ ସକ୍ରିୟ ହୋଇ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବାର ଧରାପଡ଼ିଛି । ପୁଲିସ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିବା ସହିତ ଦୁଇଜଣଙ୍କୁ ଗିରଫ କରିଥିବାର ଜଣା ପଡ଼ିଛି । ସୂଚନାନୁସାରେ, ମାଲକାନଗିରି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳ ପଣସପୁଟ ଗାଁରୁ ଗଞ୍ଜେଇ ବିହାର ରାଜ୍ୟକୁ ଚୋରା ଚାଲାଣ କରାଯାଉଥିବା ବେଳେ ପୁଲିସ ହାତରେ ଲାଗିଛି ବିପୁଳ ଗଞ୍ଜେଇ । କାଡାମ ଛକ ନିକଟରେ ମାଛକୁଣ୍ଡ ଏବଂ ଲମତାପୁଟ ପୁଲିସ ନାକାବନ୍ଦୀ କରି ଗାଡ଼ି ଯାଞ୍ଚ କରୁଥିଲେ । ସେହି ସମୟରେ ଲମତାପୁଟ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ପିକଅପ ଭ୍ୟାନକୁ ଅଟକାଇ ଥିଲା ପୁଲିସ । ଗାଡି ଯାଞ୍ଚ ବେଳେ ସେଥିରୁ ବିପୁଳ ଗଞ୍ଜେଇ ମିଳିଥିଲା । ଗାଡ଼ିରେ ଥିବା ଦୁଇ ଅଭିଯୁକ୍ତ ପୁଲସିକୁ ଚକମା ଦେଇ ଦଉଡି ପଳାଉଥିଲେ । ହେଲେ ପୁଲିସ ସେମାନଙ୍କ ପିଛାକରି ଦୁଇ ଗଞ୍ଜେଇ ମାଫିଆ ପଣସପୁଟ ଗାଁର ଅର୍ଜ୍ଜୁନ ଲୋକେଇ ଓ ଗୋପିନାଥ ଖେମୁଣ୍ଡକୁ ପୁଲିସ କାବୁ କରିବାରେ ସଫଳ ହୋଇଛି । ଏଥିସହିତ ଗଞ୍ଜେଇ ଚାଲାଣରେ ବ୍ୟବହୃତ ପିକଅପ ଭ୍ୟାନକୁ ଜବତ କରିଛି ପୁଲିସ । ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।





