ପୁରୀ, (ବାଘୁଆବାର୍ତ୍ତା): ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ ପୁରୀ ପ୍ରଶାସନ କଡ଼ା ପଦକ୍ଷେପ ଆପଣେଇଥିବା ଜଣାପଡିଛି । କାଲି ଠାରୁ ଅର୍ଥାତ୍ ୨୬ତାରିଖରୁ ସ୍ୱର୍ଗଦ୍ୱାର ପୁରୀ ଜିଲ୍ଲା ବାହାର ଲୋକଙ୍କ ପାଇଁ ବନ୍ଦ କରାଯିବା ନେଇ ସ୍ପଟ ସୂଚନା ମିଳିପାରେ । ବର୍ତ୍ତମାନ ସୁଦ୍ଧା ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ନିର୍ଦ୍ଦେଶ ହୋଇନାହିଁ । ପୂର୍ବବର୍ଷ ଭଳି ପଦକ୍ଷେପ ନିଆଯାଇଥିବା ଅନୁମାନ କରାଯାଉଛି । ପୁରୀ ସ୍ୱର୍ଗଦାରକୁ ବିଭିନ୍ନ ସ୍ଥାନରୁ ଅଧିକ ଶବ ସଂସ୍କାର ପାଇଁ ଆସୁଛନ୍ତି । ତତସହିତ କୋଭିଡ ରୋଗୀଙ୍କ ଶବ ସଂସ୍କାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ମହୋଦଧିରେ ଅସ୍ଥି ବିସର୍ଜନ ନେଇ ମଧ୍ୟ କଟକଣା ଲାଗିପାରେ । ଶ୍ରାଦ୍ଧ ପାଇଁ ବିଭିନ୍ନ ଜିଲ୍ଲାରୁ ପୁରୀ ଆସୁଥିବାରୁ ପ୍ରଶାସନ କଡ଼ା ପଦକ୍ଷେପ ଆପଣେଇପାରେ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି ।





