ନୟାଗଡ଼, (ବାଘୁଆବାର୍ତ୍ତା): ବାଲେଶ୍ୱର, ମୟୁରଭଞ୍ଜ ଓ ଭଦ୍ରକ ଗସ୍ତରେ ପୁଲିସ ଡିଜିପି ଅଭୟ । କ୍ରମାଗତ ଭାବେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ଏବଂ ପୁଲିସ ପକ୍ଷରୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଡିଜିପି ସମୀକ୍ଷା କରିଛନ୍ତି । କୋଭିଡ ସ୍ଥିତି ସମୀକ୍ଷା କରିବା ସହ ବେଙ୍ଗଲ ସୀମାନ୍ତରେ ଥିବା ଫାଟକ ଗୁଡ଼ିକର ସମୀକ୍ଷା କରିଛନ୍ତି । ଏଥି ସହିତ ରାତ୍ରିକାଳୀନ କର୍ଫ୍ୟୁ, ସାପ୍ତାହିକ ସଟ୍ଡାଉନ କିପରି ଚାଲିଛି ଏହାର ତଦାରଖ କରିବା ସହ ଲକ୍ଷ୍ମଣନାଥ, ଉଦୟପୁର, ତଲସାରୀ ଓ ବାଲେଶ୍ୱରର ହାତୀବାରୀ, ଛକଛୁଳିଆ ପଦା ତଥା ସୀମାନ୍ତ ଗୁଡ଼ିକର ସ୍ଥିତି ପରଖିଥିଲେ । ଏହି ସମୀକ୍ଷା ବୈଠକରେ ଏଡିଜି ଯଶୋବନ୍ତ ଜେଠୱା, ପୂର୍ବାଞ୍ଚଳ ଆଇଜି ଦୀଦତେଶ ପଟ୍ଟନାୟକ ଓ ଭଦ୍ରକ ଏସପି ଚରଣ ସିଂ ମିନାଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ର ପୁଲିସ କର୍ମଚାରୀମାନେ ଭଲ କାର୍ଯ୍ୟକ୍ରମ କରିବା ସହିତ ସମସ୍ତ ଜନସାଧାରଣ ସହଯୋଗର ହାତ ବଢ଼ାଇଥିବା କଥା ଡିଜିପି ପ୍ରକାଶ କରିଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନକୁ ଜଗିବା ପାଇଁ ୭ ପ୍ଲାଟୁନ ଲେଖାଏଁ ଫୋର୍ସ ମୃତୟନ ଅଛନ୍ତି । ଏଥିସହିତ ଟ୍ୟାଙ୍କର ଯୋଗେ ୮୬୯ ମେଟ୍ରିକ ଟନ ଅକ୍ସିଜେନ ଉତ୍ତରପ୍ରଦେଶ, ହରିୟାନା, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଦିଲ୍ଲୀ ଆଦି ରାଜ୍ୟକୁ ପଠାଯାଇଛି । ପୁଲିସ ଓ ତାଙ୍କ ନେତୃତ୍ୱରେ ସୁରକ୍ଷୀତ ଭାବେ ରାଜ୍ୟ ସୀମାନ୍ତ ପର୍ଯ୍ୟନ୍ତ ପଠାଯିବାର ସୁବ୍ୟବସ୍ଥା କରାଯାଇଛି ।





