ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ପୁଲିସ ୪୩ ଲିଟର ବିଦେଶୀ ମଦ ଜବତ ଏବଂ ଗୋଟିଏ ବୋଲେରୋ ଜବତ କରିବା ସହ ଜଚ୍ଚଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ମୟୁରଝାଲିଆ ତନ୍ତିସାହିର ସଂଗ୍ରାମ ପ୍ରଧାନଙ୍କ ପୁଅ ବିଜୟ କେଶରୀ ପ୍ରଧାନ ଓରଫ ଅନାମ । ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶଙ୍କଠାରୁ ମିଳିଥିବା ସୂଚନାନୁସାରେ, ସେ ବୋଲେରୋ ଯୋଗେ ମଦ ଚାଲାଣ କରୁଥିବା ବେଳେ ଧରାପଡ଼ିଛନ୍ତି । ତାଙ୍କଠାରୁ ମୋଟ ୮୪ ବୋତଲ ମଦ ଜବତ କରାଯାଇଛି । ଏନେଇ ଚାନ୍ଦପୁର ଥାନାରେ ୬୪/୨୧ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।






