ନୟାଗଡ଼, (ବାଘୁଆବାର୍ତ୍ତା): ୧୨ ବର୍ଷର ନାବାଳିକାକୁ ଜାଳିଦେଲା ମାଲିକ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଆସମାର ନାଗାଁୱ ଜିଲ୍ଲାର ରାହା ସହରରେ । ଏହି ମାମଲାରେ ପୁଲିସ ଅଭିଯୁକ୍ତ ପ୍ରକାଶ ବୋର୍ଥାକୁର ଓ ତାର ପୁଅ ନୟନମୋନିକୁ ଗିରଫ କରିଛି । ସୂଚନାନୁସାରେ, ୨୨ ତାରିଖ ଗୁରୁବାର ଦ୍ୱିପ୍ରହର ୨ଟାରେ ଆସାମର ନାଗାଁୱ ଜିଲ୍ଲାର ରାହା ସହରରେ ଜଣେ ୧୨ ବର୍ଷର ନାବାଳିକାକୁ ତାର ମାଲିକ ନିଆଁ ଲଗାଇ ଜିଅନ୍ତା ଜାଳି ଦେଇଛି । ମୃତ ନାବାଳିକା ପ୍ରକାଶ ବୋର୍ଥାକୁର ନାମକ ଜଣେ ବ୍ୟକ୍ତିଙ୍କ ଘରେ କାମ କରୁଥିଲା । ସେ ଶୀଘ୍ର ଘରକୁ ଯିବ ବୋଲି କହିବାରୁ ତାକୁ ଅଭିଯୁକ୍ତ ପ୍ରକାଶ ତେଲ ଢାଳି ନିଆଁ ଲଗାଇଦେଇଥିଲା । ଫଳରେ ନାବାଳିକାଙ୍କ ମୃତ୍ୟୁ ଘଟିଛି । କୁହାଯାଉଛି ଯେ, ଏହି ନାବାଳିକା ଗତ ୫ ବର୍ଷ ଧରି ଅଭିଯୁକ୍ତଙ୍କ ଘରେ କାମ କରି ଆସୁଥିଲା । ଏହି ଘଟଣାରେ ନାଗାଁୱ ପୁଲିସ ଅଭିଯୁକ୍ତ ପ୍ରକାଶ ବୋର୍ଥାକୁର ଓ ତାର ପୁଅ ନୟନମୋନିକୁ ଗିରଫ କରିଛି । ସେପଟେ ଏହି ଘଟଣାକୁ ପୁଲିସ ଆତ୍ମହତ୍ୟାର ରୂପ ଦେଉଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛି କାର୍ବି ଷ୍ଟୁଡେଣ୍ଟସ୍ ୟୁନିଅନ । ଖୁବ୍ ଶୀଘ୍ର ଦୋଷୀକୁ ମୃତ୍ୟୁ ଦଣ୍ଡ ଓ ପୀଡିତାଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ଷ୍ଟୁଡେଣ୍ଟୟୁନିଅନ ପକ୍ଷରୁ ଦାବି କରାଯାଇଛି ।





