ନୟାଗଡ଼, (ବାଘୁଆବାର୍ତ୍ତା): ଦେଶରେ ଜାରି ରହିଛି କରୋନାର ସୁନାମୀ । ଚାରିଆଡେ ଭୟଙ୍କର ରୂପେ ମାଡି ଚାଲିଛି ମହାମାରୀ । ଫଳରେ ହସ୍ପିଟାଲରେ ବେଡର ଅଭାବ ସୃଷ୍ଟି ହୋଇଛି । ତା’ସହିତ ଅକ୍ସିଜେନ ଅଭାବ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ଏଭଳି ସ୍ଥିତିରେ ଜର୍ମାନର ଏକ କମ୍ପାନୀ କରୋନା ରୋଗୀ ଓ କରୋନା ଯୋଦ୍ଧାଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିଛି । ତିଆରି କରିଛି ଏକ ସ୍ୱତନ୍ତ୍ର ଚପଲ । ଏହି ଚପଲ ପିନ୍ଧିଲେ ଅକ୍ସିଜେନ ସ୍ତର ବଢ଼ିବ ବୋଲି ଉକ୍ତ କମ୍ପାନୀ ଦାବି କରିଛି । ସାଧାରଣତଃ ଫିଟ୍ ରହିବା ପାଇଁ ଯେକୌଣସି ବ୍ୟକ୍ତିଙ୍କୁ ୮ରୁ୧୦ ହଜାର ଷ୍ଟେପ ଚାଲିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । କିନ୍ତୁ ଜର୍ମାନ କମ୍ପାନୀ ତିଆରି କରିଥିବା ଏହି ବିଶେଷ ଚପଲକୁ ପିନ୍ଧି ମାତ୍ର ୩ ହଜାର ଷ୍ଟେପ ଚାଲିଲେ ଟାର୍ଗେଟ ପୂରଣ ହୋଇଯିବ ଓ ବେଶ୍ ଲାଭ ମିଳିବ ।





