ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମହାମାରୀ କରୋନା ସଂକ୍ରମଣ ସଂଖ୍ୟା ଦୈନଦିନ ବୃଦ୍ଧି ପାଇବାରେ ଲାଗିଛି । ସାରା ରାଜ୍ୟରେ ଭୟର ବାତାବରଣ ଦେଖା ଦେଇଛି । ତାହାରି ଭିତରେ ଆସିଛି ବଡ଼ ଖବର । ଅକ୍ସିଜେନ୍ ଅଭାବରୁ ୬ଟି କରୋନା ରୋଗୀଙ୍କ ଜୀବନ ଦୀପ ଲିଭିଯାଇଛି । ଏଭଳି ଘଟଣା ଆସିଛି ପଞ୍ଜାବ ସହରରୁ । ଅକ୍ସିଜେନ ଅଭାବ ମୃତ୍ୟୁ ହୋଇଥିବା ଜାଣିବା ପରେ ମୃତକଙ୍କ ପରିବାର ଲୋକ ହସ୍ପିଟାଲ ସମ୍ମୁଖରେ ହା ହୋଲ୍ଲା କରିଛନ୍ତି । ସୂଚନାନୁସାରେ, ଦିଲ୍ଲୀର ଗୋଲଡେନ୍ ହସ୍ପିଟାଲ ପରେ ପଞ୍ଜାବର ନୀଳକଣ୍ଠ ହସ୍ପିଟାଲରେ କେତେକ କରୋନା ରୋଗୀଙ୍କର ଚିକିତ୍ସା ଚାଲିଥିବା ବେଳେ ସେଥିରୁ ୬ଜଣଙ୍କର ଅକ୍ସିଜେନ ଅଭାବରୁ ମୃତ୍ୟୁ ହୋଇଛି । ମୃତକଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ଯେ, ହସ୍ପିଟାଲରେ ଆଡମିସନ ହେବା ପୂର୍ବରୁ ହସ୍ପିଟାଲର କତ୍ତୃପକ୍ଷ ଅକ୍ସିଜେନ ଅଭାବରୁ ରୋଗୀର ମୃତ୍ୟୁ ହେଲେ ହସ୍ପିଟାଲ ଦାୟୀ ନୁହେଁ ବୋଲି ଚୁକ୍ତି କରାଯାଉଛି । ଅନ୍ୟପଟେ ସ୍ୱାସ୍ଥ୍ୟ ଅଧିକାରୀ ଏହି ଘଟଣାକୁ ତଦନ୍ତ ପରିସରକୁ ନେବାର ଆଶ୍ୱସନା ଦେବା ପରେ ହସ୍ପଟାଲ କତ୍ତୃପକ୍ଷ ଓ ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି । ନୀଳକଣ୍ଠ ହସ୍ପିଟାଲ ଏମଡି ସୁନିଲ ଦେବଗନ ଅଭିଯୋଗ କରିଛନ୍ତି ଯେ, ପ୍ରଶାସନ ପକ୍ଷରୁ ଅକ୍ସିଜେନ ଯୋଗାଣ କରିବାରେ ପାତର ଅନ୍ତର କରୁଛନ୍ତି । ସରକାରୀ ହସ୍ପିଟାଲକୁ ଅଧିକ ଅକ୍ସିଜେନ ଯୋଗାଉଥିବା ବେଳେ ଘରୋଇ ହସ୍ପିଟାଲ ସେହି ଅନୁପାତରେ ଅକ୍ସିଜେନ ଯୋଗାଇ ଦିଆଯାଉ ନାହିଁ । ତେଣୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।





