ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟରେ ମାହାମାରୀ କରୋନା ସଂଗୀନୀ ସ୍ଥିତିରେ ଯାଇ ପହଞ୍ôଚଲାଣି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯଦି ୨୪ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦେଖିବା ତେବେ ୬୨୧୫ ଉର୍ଦ୍ଧ ସଂକ୍ରମିତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀରେ ରାଜ୍ୟରେ ୩୬ହଜାରରୁ ଉଦ୍ଧ୭ ସଂକ୍ରମିତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ୨୪ଘଣ୍ଟାରେ ୮ଜଣଙ୍କର ମୃତ୍ୟୁ ହେବା ଚଳିତ ବର୍ଷ ଏହା ସର୍ବାଧିକ କୋଭିଡ୍ ମୃତ୍ୟୁ । ଏସବୁ ଭିତରେ ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଥିବା ନୂତନ ଷ୍ଟ୍ରେନ୍ ଓଡ଼ିଶା ପାଇଁ ଚିନ୍ତାର ବିଷୟ ପାଲଟିଛି । ଗତମାସ ୨୨ତାରିଖ ବେଳକୁ ରାଜ୍ୟରେ ୭୮୫ଜଣ ରୋଗୀ ଚିକିତ୍ସାଧିନ ଥିବା ବେଳେ ଗୋଟିଏ ମାସରେ ୩୫ ୮୮୦ଜଣ ରୋଗୀ ଜୋଡ଼ି ହୋଇଛନ୍ତି । ରାଜ୍ୟରେ ୪୫ଗୁଣ ବଢି ସଂକ୍ରମିତ ରୋଗୀ ସଂଖ୍ୟା ଏବେ ୩୬୬୬୫ରେ ପହଞ୍ôଚଲାଣି ।





