ନୟାଗଡ଼, (ବାଘୁଆବାର୍ତ୍ତା): ପିପିଲି ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନା ଆଜି ଅନ୍ତଘଟାଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ପିପିଲି ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଜିତେନ୍ଦ୍ର ମଙ୍ଗରାଜଙ୍କ କରୋନାରେ ମୃତ୍ୟୁ ହେବା ପରେ ପିପିଲି ନିର୍ବାଚନ ପାଇଁ ସାନି ତାରିଖ ଘୋଷଣା କରାଯାଇଥିଲା । ହେଲେ କଂଗ୍ରେସ ପ୍ରାର୍ଥୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ସ୍ୱର୍ଗତ ମଙ୍ଗରାଜ ଧର୍ମପତ୍ନୀକୁ କଂଗ୍ରେସ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ମଙ୍ଗରାଜଙ୍କ ପରିବାର ଲୋକ ସିଧା ସିଧା ମନାକରି ଦେଇଥିଲେ । ତା ପରେ ଖୋଜା ଚାଲିଥିଲା କଂଗ୍ରେସ ପ୍ରାର୍ଥୀ । ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କଂଗ୍ରେସ ଏଆଇିସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିଶ୍ୱକେସନ ହରିଚନ୍ଦନ ମହାପାତ୍ରଙ୍କ ନାମରେ ମୋହର ମାରିଛନ୍ତି । ପିପିଲି ଉପ ନିର୍ବାଚନର କଂଗ୍ରେସ ପ୍ରାର୍ଥୀ ହେଲେ ବିଶ୍ୱକେସନ ହରିଚନ୍ଦନ ମହାପାତ୍ର । ଏନେଇ ଏଆଇସିସି ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରାଯାଇଛି ।





