ନୟାଗଡ଼, (ବାଘୁଆବାର୍ତ୍ତା): କରୋନାର ଦ୍ରୁତ ସଂକ୍ରମଣ ଭିତରେ ଆଜି ଭାରତରେ ଜରୁରୀ କାଳୀନ ଟିକା ବ୍ୟବହାର ପାଇଁ ଆଉ ଗୋଟିଏ ଔଷଧକୁ ଅନୁମତି ମିଳିଛି । ଆଜି ଡିଜିସିଆଇ ଜାଏଡସ କାଡିଲା ପ୍ରସ୍ତୁତ କରିଥିବା କରୋନା ଔଷଧ ଭିରାଫିନ୍କୁ ଜରୁରୀକାଳୀନ ବ୍ୟବହାର ପାଇଁ ଗ୍ରୀନ ସିଗ୍ନାଲ ଦେଇଛି । ଏହି ଔଷଧକୁ ମଧ୍ୟମ ଧରଣର କରୋନା ଲକ୍ଷଣ ଥିବା ଲୋକଙ୍କୁ ଦିଆଯାଇପାରିବ । ଏହାକୁ ବ୍ୟବହାର କରି ସେମାନଙ୍କ ଚିକିତ୍ସା କରାଯିବ । ତେବେ ଭିରାଫିନ୍କୁ ଡାକ୍ତରଙ୍କ ପରାମର୍ଶକ୍ରମେ ହିଁ କରୋନା ଆକ୍ରାନ୍ତଙ୍କୁ ଦିଆଯାଇପାରିବ ବୋଲି ଡିଜିସିଆଇ କହିଛି ।





