ନୟାଗଡ଼, (ବାଘୁଆବାର୍ତ୍ତା): ସପ୍ତାହାନ୍ତ ସଟଡାଉନ ନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ପ୍ରେସମିଟ୍ । ପ୍ରେସ୍ମିଟ୍ରେ କମିଶନର ଲୋକଙ୍କୁ ସଚେତନ କରିବା ସହ ସପ୍ତାହାନ୍ତ ସଟ୍ଡାଉନ୍ କେତେ ଜରୁରୀ ସେ ବିଷୟରେ କହିଛନ୍ତି । କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନନ୍ତି, ଟ୍ୱିନ୍ ସିଟି ପାଇଁ ସପ୍ତାହାନ୍ତ ସଟ୍ଡାଉନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସପ୍ତାହାନ୍ତ ସଟ୍ଡାଉନ୍ରେ କେହି ଘରୁ ବାହାରନ୍ତୁ ନାହିଁ, ରାସ୍ତାରେ ପ୍ରକୃତ ଯାଞ୍ଚ ପରେ ଲୋକଙ୍କୁ ଛଡା ଯିବ । ଏହାସହ ଅତ୍ୟାବଶ୍ୟକ, ଜରୁରୀ ସେବା ପାଇଁ କିଛିଟା କୋହଳ ରହିଛି । କୋହଳ ପାଇଁ କୌଣସି ପାସ୍ ବ୍ୟବସ୍ଥା ନାହିଁ ବୋଲି କହିଛନ୍ତି କମିଶନର । ନିୟମ ପାଳନ କରିବାକୁ ସମସ୍ତଙ୍କୁ କମିଶନର ଅନୁରୋଧ କରିଛନ୍ତି । ନାକା ପଏଣ୍ଟହେବ ବୋଲି ଟ୍ୱିନ୍ସିଟି କମିଶନର ପ୍ରେସ୍ମିଟ୍ରେ କହିଛନ୍ତି ।





