Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସପ୍ତାହନ୍ତ ସଟଡାଉନ ପାଇଁ କଟକଣା ଜାରି କଲେ ଜିଲ୍ଲାପାଳ

by ସଞ୍ଜୟ ସ୍ୱାଇଁ
April 23, 2021
in Nayagarh
ପିଟିଏସ୍‌ରେ ଚାଲିବ ଅସ୍ଥାୟୀ ପରିବା ମାର୍କେଟ୍‌: ଜିଲ୍ଲାପାଳ
4.2k
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟରେ ଦ୍ରୁତ କରୋନା ସଂକ୍ରମଣକୁ ନେଇ ସପ୍ତାହନ ସଟଡାଉନ ଲାଗୁ କରିବା ପାଇଁ ରାଜ୍ୟ ସରକାର ନିୟମ ଜାରି କରିଛନ୍ତି । ଏହି ନିୟମକୁ ଦୃଷ୍ଟି ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସପ୍ତାହନ ସଟଡାଉନକୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଛି । ନୟାଗଡ଼ ପୈାରାଞ୍ଚଳ ଏବଂ ଓଡ଼ଗାଁ, ଦଶପଲ୍ଲା, ରଣପୁର, ଖଣ୍ଡପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ସ୍ୱତନ୍ତ୍ର ନିୟମ ଲାଗୁ କରାଯାଇଛି । ଶନିବାର ଏବଂ ରବିବାର ସପ୍ତାହନ ସଟଡାଉନ ସମୟରେ ଜିଲ୍ଲାର ସମସ୍ତ ଡାକ୍ତରଖାନା, ଆମ୍ବୁଲାନ୍ସ ସେବା, ଘରୋଇ କ୍ଲିନିକ, ନସିଂ ହୋମ, ପେଟ୍ରୋଲ ଟାଙ୍କି ଏବଂ ଔଷଧ ଦୋକାନ ଖୋଲା ରହିବ ବୋଲି କୁହାଯାଇଛି । ଟେଲିକମ, ଗ୍ୟାସ, ଜଳଯୋଗାଣ ଏବଂ ପରିମଳ ବିଭାଗ, ବିଦ୍ୟୁତ୍ କର୍ମଚାରୀ ଓ ଗଣମାଧ୍ୟମ କର୍ମଚାରୀଙ୍କ ପାଇଁ କୈାଣସି କଟକଣା ଲାଗୁ ହେବ ନାହିଁ ବୋଲି କୁହାଯାଇଛି । କୃଷି, ଉଦ୍ୟାନ, ମତ୍ସ୍ୟ ଓ ପ୍ରାଣୀ ପ୍ରଭୃତି କାର୍ଯ୍ୟକ୍ଷମ ହେବ ବୋଲି ଜଣାଯାଇଛି । ହୋଟେଲ କର୍ମଚାରୀ, ରେଲୱେ, ପରିବହନ ବିଭାଗକୁ କଟକଣା ମୁକ୍ତ କରାଯାଇଛି । ସପ୍ତାହନ ସଟଡାଉନ ସମୟରେ ବାହାଘର ତଥା ସାମାଜିକ କାର୍ଯ୍ୟ ପାଇଁ ସ୍ଥାନୀୟ ଅଧିକାରୀଙ୍କଠାରୁ ଅନୁମତି ନେବାକୁ ପଡ଼ିବ ବୋଲି କୁହାଯାଇଛି । ଏଟିଏମ୍, ଜାତୀୟ ଓ ରାଜ୍ୟ ରାଜପଥର ଢାବା ଖୋଲା ରହିବ ବୋଲି କୁହାଯାଇଛି । ଢାବା ଗୁଡ଼ିକରୁ ଖାଇବା ଦିଆଯାଇ ପାରିବ ବୋଲି ନିୟମ ରହିଛି । ଖାଦ୍ୟ, ଗ୍ରୋସରୀ ଓ ପନିପରିବା ଓ ଜରୁରୀ କାଳୀନ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି ହୋମ ଡେଲିଭରି କରିପାରିବେ । କ୍ଷୀର ଦୋକାନ ଖୋଲା ରହିବା ସହିତ ସକାଳୁ ୫ଟାରୁ ୮ଟା ମଧ୍ୟରେ ଖବରକାଗଜ ବିତରଣ ହେବ ବୋଲି ସୂଚନା ମିଳିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଏନଏସି ଏବଂ ପୈାରାଞ୍ଚଳର ଅଧିକାରୀ ଏବଂ ପୁଲିସ ପ୍ରଶାସନକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!