Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାସ୍କ ପିନ୍ଧିଲେ ଜଟଣୀ ବିଧାୟକ ସୁର

by ସଞ୍ଜୟ ସ୍ୱାଇଁ
April 23, 2021
in Nayagarh, State
ମାସ୍କ ପିନ୍ଧିଲେ ଜଟଣୀ ବିଧାୟକ ସୁର
480
VIEWS
Share on FacebookShare on Twitter

ଭୁବନେଶ୍ବର,(ବାଘୁଆବାର୍ତ୍ତା):  କରୋନାକୁ ଫୁ କରି ଉଡ଼ାଇ ଦେଉଥିବା କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାଙ୍କ ଭିତରେ ପଶିଛି ଛନକା । ଶେଷରେ ମୁହଁରେ ମାସ୍କ ବାନ୍ଧିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । କରୋନାର ଦ୍ୱିତୀୟ ଲହର ଯେଭଳି ଦ୍ରୁତ ବେଗରେ ସଂକ୍ରମିତ ହେଉଛି, ତାକୁ ଦେଖି ସୁର ସତର୍କ ହୋଇପଡ଼ିଥିବା ଅନୁମାନ କରାଯାଉଛି । କାରଣ ଅନେକ ସମୟରେ ସେ ମାସ୍କ ପିନ୍ଧୁନଥିବା ଦେଖିବାକୁ ମିଳୁଥିଲା । ଏପରିକି ସାମ୍ବାଦିକମାନେ ପଚାରିଲେ, ମାସ୍କ ପିନ୍ଧିବେ ନାହିଁ କିମ୍ବା ସରକାରଙ୍କ ନିୟମକୁ ମାନିବେ ନାହିଁ ବୋଲି ଖୋଲାଖୋଲି ପ୍ରତିକ୍ରିୟା ଦେଉଥିଲେ । ଭିଡ଼ ଭିତରେ ଥିଲେ ବି ତାଙ୍କ ମୁହଁରେ ମାସ୍କ ଥିବା କେହି କେବେ ଦେଖିନଥିଲେ । ତାଙ୍କ କହିବା ଥିଲା ସେ, ଭିଡ଼କୁ ଯାଉ ନାହାନ୍ତି, ବାରମ୍ବାର ହାତ ଧୋଇବା ଭଳି ସତର୍କତା ଗ୍ରହଣ କରୁଛନ୍ତି । କିନ୍ତୁ ମାସ୍କ ପିନ୍ଧିଲେ ତାଙ୍କର ମନୋବଳ ଭାଙ୍ଗିଯିବ । ତେଣୁ ସେ ମାସ୍କ ପିନ୍ଧିବେ ନାହିଁ ବୋଲି ଯୁକ୍ତି ବାଢୁଥିଲେ । ହେଲେ ଏବେ କ’ଣ ହେଲା ଯେ, ସୁରଙ୍କ ମୁହଁରେ ମାସ୍କ ଲାଗିଗଲା । ଚର୍ଚ୍ଚା ହେଉଛି କରୋନାର ଭୟାବଗତାକୁ ଦେଖି ସୁରଙ୍କ ଭିତରେ ଭୟ ବଢିଯାଇଥାଇପାରେ । ଯାହାହେଉ ଏହା ଭଲ କଥା । ଜନ ପ୍ରତିନିଧି ଭାବରେ ସରକାରଙ୍କ କଟକଣାକୁ ମାନିବା କରୋନା ମହାମାରୀଠାରୁ ନିଜକୁ ଅନ୍ୟମାନଙ୍କୁ ସୁରକ୍ଷା ଦେବା ତାଙ୍କର ଦାୟିତ୍ୱ ମଧ୍ୟ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!