ନୟାଗଡ଼, (ବାଘୁଆବାର୍ତ୍ତା): ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କର୍ଲାମୁଣ୍ଡା ଆରଆଇ । ଏକ ଜମିର ଡିମାରକେସନ ଓ ସ୍କେଚ୍ ଦେବା ପାଇଁ ସଦର ରାଜସ୍ୱ ନିରୀକ୍ଷକ ରମେଶ ବରାଳ ଜମି ମାଲିକ ବିରଞ୍ଚି ଚୌଧୁରୀଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ପୂର୍ବରୁ ସୂଚନା ପାଇ କଳାହାଣ୍ଡି ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ୍ ଛକି ରହିଥିଲେ । ରାଜସ୍ୱ ନିରୀକ୍ଷକ ଟଙ୍କା ନେବା ବେଳେ ଭିଜିଲାନ୍ସ ଟିମ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି ।





