ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାକୁ ବସି ଥିବା ବେଳେ ଶୁକ୍ରବାର ୬୨୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରେ ନୟାଗଡ଼ ଜିଲ୍ଲାରୁ ୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୁତ୍ରରୁ ଜଣାଯାଇଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସକ୍ରିୟ ମାମଲା ୪୪୪ ରେ ପହଞ୍ଚିଥିବା ଜଣାଯାଇଛି । ଜିଲ୍ଲାରେ କରୋନା ସାଂଘାତିକ ସ୍ଥିତି ଆଡ଼କୁ ଗତି କରୁଛି ।





