

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ କରୁଥିବା ଶିଶୁ ବିଶେଷଜ୍ଞ ଡ଼ ଆଶିଷ ଦିକ୍ଷିତଙ୍କ ନାମରେ ଫେକ୍ ଆକାଉଣ୍ଟ । ଜଣେ ଦଲାଲ ଫେକ୍ ଆକାଉଣ୍ଟଖୋଲି ଲୋକଙ୍କୁ ଟଙ୍କା ମାଗୁଛି । ଏନେଇ ଟାଉନ ଥାନାରେ ଏକ ମାମଲା ଋଜୁ ହୋଇଛି । ଗୁଗୁଲ୍ ପେ ନମ୍ବର ୮୮୦୮୯୮୦୧୭୭ରେ ଟଙ୍କା ପଠାଇବା ଦଲାଲ ନିବେଦନ କରୁଛି । ଏନେଇ ଡ଼ ଦିକ୍ଷିତ୍ ଏହି ଆକାଉଣ୍ଟରେ ଟଙ୍କା ନପଠାଇବା ସହ ଏଭଳି ଫେକ୍ ଆକାଉଣ୍ଟକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ଡ଼ ଦିକ୍ଷିତ୍ ନିବେଦନ କରିଛନ୍ତି ।






