ନୟାଗଡ଼,(ବାଘୁଆବାର୍ତ୍ତା): ରଣପୁର ଅଞ୍ଚଳର ଜଣେ ବ୍ୟକ୍ତି ଗୋଆରେ ସପରିବାର ସହ ରହୁଥିବା ବେଳେ ତାଙ୍କର ଜଣେ ସଂମ୍ପର୍କୀୟ ଖୋର୍ଦ୍ଧା ଜିଲ୍ଲା ଟାଙ୍କଳ ଗ୍ରାମର ରାଜୁ ନାଏକ ତାଙ୍କ ନାବାଳିକା ଝିଅକୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକାର ବାପା ବାହାରକୁ କାମ କରିବାକୁ ଯିବା ସମୟରେ ରାଜୁ ୫ ମାସ ଧରି ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ନାବାଳିକା ପରିବାର ଲୋକଙ୍କୁ ଜଣାଇବା ପରେ ରାଜୁ ଗୋଆରୁ ଚାଲି ଆସିଥିଲା । ଏବେ ନାବାଳିକାର ପରିବାର ଗାଁକୁ ଫେରି ରଣପୁର ଥାନାର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି ।






