ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମହାମାରୀ କରୋନାର ଦ୍ୱିତୀୟ ଲହରୀ ସାରା ଦେଶକୁ କବଳିତ କରି ରଖିଥିବା ବେଳେ ପଶ୍ଚିମବଙ୍ଗରେ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟ ଶାସନ ସଚିବ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗରୁ ଆସିଲେ ଏଥର କ୍ୱାରେଣ୍ଟାଇନ୍ – ଘୋଷଣା କଲେ ମୁଖ୍ୟ ଶାସନ ସଚିବ ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ୍ରେ ରହିବେ । ବିମାନ ଆସିଲେ ମଧ୍ୟ କ୍ୱାରେଣ୍ଟାଇନ୍ରେ ରହିବେ । ସରକାରଙ୍କ କ୍ୱାରେଣ୍ଟାଇନ୍ କିମ୍ବା ପେଡ୍ କ୍ୱାରେଣ୍ଟାଇନ୍ରେ ରହିବେ । ଟ୍ରିପଲ୍ ମ୍ୟୁଟାଣ୍ଟ ବେଶ୍ ଭୟଙ୍କର । ଏହା ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଛି । ଏଥିପାଇଁ ପଶ୍ଚିମବଙ୍ଗ ସୀମାନ୍ତ ସମସ୍ତ ଜିଲ୍ଲାକୁ ଆଲର୍ଟ କରାଯିବା ସହ ସୀମାକୁ ସିଲ୍ କରାଯିବ । ଏଥିପାଇଁ ଜନ ସାଧାରଣଙ୍କ ସହଯୋଗ କରିବା ପାଇଁ କୁହାଯାଇଛି । ପଶ୍ଚିମବଙ୍ଗରୁ ଆସିଲେ ୪୮ ଘଣ୍ଟା ମଧ୍ୟରେ ଆରଟି ପିସିଆର ଟେଷ୍ଟ ନେଗେଟିଭ ଦେଖାଇବା ପାଇଁ ପଡ଼ିବ । ନହେଲେ ଦୁଇଟି ଡୋଜ୍ର ଟିକା ନେଇଥିବା ଦେଖାଇବା ପାଇଁ ପଡ଼ିବ । ପଶ୍ଚିମବଙ୍ଗ ସୀମାର ଚେକ୍ ପୋଷ୍ଟ କରାଯାଇଛି । ସେଠାରୁ ଆସୁଥିବା ସମସ୍ତଙ୍କ ପାଇଁ ମାଗଣାରେ ରହିବା ଏବଂ ଖାଇବା ବ୍ୟବସ୍ଥା କରାଯାଇଛି । ଆସନ୍ତା କାଲିଠାରୁ ଏହାକୁ କଡାକଡି ଭାବେ ଲାଗୁ କରାଯିବ ବୋଲି ସୂଚନା ମିଳିଛି ।





