ଭୁବନେଶ୍ୱର, (ବାଘୁଆବାର୍ତ୍ତା): କାୟା ମେଲୁଛି ଧଳା ଜହର । ମହାମାରୀ କରୋନା ଯେମିତି ଦ୍ରୁତ ଗତିରେ ରାଜ୍ୟର କୋଣ ଅନୁକୋଣ କାୟା ବିସ୍ତାରୁଛି ସେହିଭଳି ଭାବେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଧଳା ଜହର କାୟା ବିସ୍ତାରି କରି ଚାଲିଛି । ସେଥିରେ ରୋକ ଲଗାଇବା ପାଇଁ କମିଶନର ପୁଲିସ ଦିନରାତି ଏକ କରି ଦେଇଥିବା ବେଳେ ଆଜି ଏକ ସଫଳତା ମିଳିଛି । ରାଜଧାନୀରେ ଧଳା ଜହର ବିକ୍ରି କରିବା ସମୟରେ ପୁଲିସ ଚଢଉ କରିଥିଲା । ଯାହାଫଳରେ ପୁଲିସ ଜଣକୁ ଗିରଫ୍ କରିବା ସକ୍ଷମ ହେବା ସହିତ ବ୍ୟବସାୟୀ ପାଖରେ ଥିବା ୧୨୩ଗ୍ରାମ ଧଳା ଜହର ଜବତ କରିଛି ମଞ୍ଚେଶ୍ୱର ପୁଲିସ୍ ।





