ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଚକାଚକ ରାସ୍ତାରେ ଝଲସିବ ଭୁବନେଶ୍ୱର । ନିର୍ମାଣ ହେବ ଭୁବନେଶ୍ୱର ଚାରିପାଖେ ରିଙ୍ଗରୋଡ । ଏହି ରିଙ୍ଗ ରୋଡ ପ୍ରକଳ୍ପକୁ ଆଜି ମଞ୍ଜୁରୀ ମିଳିଛି । ୬ ଲେନ୍ ବିଶିଷ୍ଟ ହେବାକୁ ଥିବା ଏହି ରିଙ୍ଗ୍ ରୋଡ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି । ଖୋର୍ଦ୍ଧା, ଭୁବନେଶ୍ୱର, ଆଠଗଡ଼, କଟକ, ଚୌଦ୍ୱାର ଦେଇ ଯିବ ଏହି ରିଙ୍ଗ ରୋଡ ଜମି ଅଧି ଗ୍ରହଣ ପାଇଁ ରାଜ୍ୟ ସରକାର ବହନ କରିବେ ୬ଶହ କୋଟି ଟଙ୍କା ।





