ନୟାଗଡ଼,(ବାଘୁଆବାର୍ତ୍ତର୍ା): ନୟାଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ରାଜ୍ୟ ସରକାରଙ୍କ ସୂଚନାନୁସାରେ, ଆଜି ଜିଲ୍ଲାରୁ ୯୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୩୭୭ ରେ ପହଞ୍ଚିଥିବା ଜଣାଯାଇଛି । ସଂକ୍ରମଣକୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ କଟକଣାକୁ କଡ଼ାକଡ଼ି କରାଯାଉଥିବା ଦେଖା ଯାଇଛି ।





