Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ପରୀକ୍ଷା ନକରାଇ ବିମାନବନ୍ଦରରୁ ଖସି ପଳାଇଲେ ୩୦୦ଯାତ୍ରୀ

by ସଞ୍ଜୟ ସ୍ୱାଇଁ
April 22, 2021
in Feature News
କରୋନା ପରୀକ୍ଷା ନକରାଇ ବିମାନବନ୍ଦରରୁ ଖସି ପଳାଇଲେ ୩୦୦ଯାତ୍ରୀ
224
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ବୁଧବାର ଆସାମର କାଚର ଜିଲ୍ଲାର ସିଲଚର ବିମାନବନ୍ଦରରୁ ୩୦୦ଯାତ୍ରୀ କରୋନା ପରୀକ୍ଷା ନକରାଇ ଲୁଚି ପଳାଇଥିବା ଜଣାପଡ଼ିଛି। ଏହି ଘଟଣା ପରେ କାଚର ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ କୋଭିଡ-୧୯ ପାଇଁ ପରୀକ୍ଷା ନକରି ବିମାନବନ୍ଦରରୁ ପଳାୟନ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଏତଲା ଦାଖଲ କରିବାକୁ ପ୍ରସ୍ତୁତ ହେଉଛି। ଖବର ଅନୁଯାୟୀ ବୁଧବାର ଦିନ ୭ଟି ବିମାନ ସିଲଚର ବିମାନବନ୍ଦରରେ ଅବତରଣ କରିଥିଲା। ସେଦିନ ସମୁଦାୟ ୬୯୦ଜଣ ଯାତ୍ରୀ ୬ଟି ବିମାନରୁ ଓହ୍ଲାଇଥିଲେ। ଏହି ୬୯୦ଜଣଙ୍କ ମଧ୍ୟରୁ କେବଳ ୧୮୯ଜଣ ଯାତ୍ରୀ ନିଜର ‌କରୋନା ପରୀକ୍ଷା କରାଇଥିଲେ। ସେହି ୧୮୯ଜଣ ଯାତ୍ରୀଙ୍କ ମଧ୍ୟରୁ ୬ ଜଣ ଯାତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। କାଚର ଜିଲ୍ଲାର ଅତିରିକ୍ତ ଡେପୁଟି କମିସନର ସୁମିତ ସତ୍ତବନଙ୍କ କହିବା ମୁତାବକ, ୪୦ ଜଣ ଯାତ୍ରୀ ଗୁଆହାଟୀରୁ ଆସିଛନ୍ତି କିମ୍ବା ସେମାନେ ଉତ୍ତର-ପୂର୍ବ ରାଜ୍ୟର ଅନ୍ୟ ଗନ୍ତବ୍ୟ ସ୍ଥାନକୁ ଯିବେ ବୋଲି କହି କରୋନା ପରୀକ୍ଷା ନକରାଇ ଚାଲିଯାଇଥିଲେ। ପ୍ରାୟ ୩୦୦ଯାତ୍ରୀ ନିଜର କରୋନା ପରୀକ୍ଷା ନକରି ବିମାନବନ୍ଦରରୁ ଚାଲିଯାଇଥିଲେ। ୪ଜଣ ପୁଲିସ କର୍ମଚାରୀ ନିୟୋଜିତ ହୋଇଥିବା ସହ ଯାତ୍ରୀଙ୍କ ପାଇଁ ବସ୍ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେତେକ ବିମାନବନ୍ଦରରୁ ଖସି ପଳାଇବାରେ ସଫଳ ହୋଇଛନ୍ତି। କିନ୍ତୁ, ଯାତ୍ରୀମାନଙ୍କ ବିଷୟରେ ଆମ ପାଖରେ ସମସ୍ତ ବିବରଣୀ ଅଛି, ଯେଉଁମାନେ ନିଜର କୋଭିଡ୍-୧୯ ପରୀକ୍ଷା କରାଇନାହାଁନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!