ନୟାଗଡ଼,(ବାଘୁଆବାର୍ତ୍ତା): ଘରୋଇ କଳି ଯାଇ ନଦୀରେ ପଡିଲା । ଯାହାଫଳରେ ମହିଳା ଜଣକ ନଦୀକୁ ଡେଇଁ ଜୀବନ ହାରିବାକୁ ବିସଥିଲା । ଏଭଳି ଘଟଣା ଆଜି ସକାଳୁ ସକାଳୁ ତରଙ୍ଗ ଥାନା ଅଞ୍ଚଳରେ ଘଟିଯାଇଛି । ସୂଚନାନୁସାରେ, ରାଉଲକେଲା ତରଙ୍ଗ ଥାନା ଅଞ୍ଚଳର ମନୋଜ ଲୋହାରଙ୍କ ପରିବାର ରୁହନ୍ତି । ଆଜି ସକାଳୁ ଘରୋଇ କଳିକୁ ନେଇ ମନୋଜଙ୍କ ଧର୍ମପତ୍ନୀ ସୁଧା ଲୋହାର ଘରୁ ବାହାରି ଆସିଥିଲେ । ଏହାପରେ ଉତ୍ୟକ୍ତ ହୋଇ ମହିଳା ଜଣକ ରାଉଲକେଲା ବ୍ରାହ୍ମଣୀ ବ୍ରିଜରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ରଘୁନାଥପାଲି ପୁଲିସ ଓ ଅଗ୍ନିଶମ ବିଭାଗର କର୍ମାଚରୀ ଘଟଣାସ୍ଥଳରେ ପହଞ୍ôଚ ଉକ୍ତ ମହିଳାଙ୍କୁ ନଦୀରୁ ଉଦ୍ଧାର କରିଥିଲେ । ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।





